Latest Odisha News

ଆଇପିଏଲ ବାୟୋବବଲରେ ପଂହଚିଲା କରୋନା, ୨ଖେଳାଳି ସଂକ୍ରମିତ ହେବା ପରେ ଆଜିର ମ୍ୟାଚ ଘୁଂଚିଲା!

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ବାୟୋ ବବଲ ଭେଦ କରି ପଂହଚିଛି କରୋନା । ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର । ଟିମ୍ ମ୍ୟାନେଜମେଂଟ ଏବଂ ଆୟୋଜକ କମିଟି ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ହେବାକୁ ଥିବା କୋଲକାତା ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚକୁ ବାତିଲ କରାଯାଇଛି । ଉପରୋକ୍ତ ଦୁଇ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି ।

ମ୍ୟାଚ ବାତିଲ ଖବର ପ୍ରଥମେ କ୍ରିକଇନଫୋ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ପରେ ବିସିସିଆଇ ପକ୍ଷରୁ ଏହାକୁ ସ୍ପଷ୍ଟ କରାଯାଇଛି । ଖେଳାଳିମାନେ ଚିନ୍ତିତ ଅଛନ୍ତି ଏବଂ ମ୍ୟାଚ ପ୍ରତି ଆଗ୍ରହୀ ନାହାନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.