Latest Odisha News

BREAKING NEWS

ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ

ଭୁବନେଶ୍ୱର : ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ। ସେ ବିଜେଡି ଟିକେଟ ନ ପାଇବାରୁ ୬୦ ନମ୍ବର  ୱାର୍ଡରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ଲଢ଼ିଥିବା ସତ୍ତ୍ୱେ ଦଳ ତାଙ୍କୁ ନିଲମ୍ବନ କରି ନଥିଲା। ବର୍ତ୍ତମାନ ସେ ଭୁବନେଶ୍ୱର ବିଜେଡିର ଉପସଭାପତି ଅଛନ୍ତି।

ଏହି ମିଶ୍ରଣ ପର୍ବରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ,ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବିଜେଡିର ନେତାମାନେ ଉପସ୍ଥିତ ଥିଲେ ।ସୂଚନା ଅନୁସାରେ କପିଳେଶ୍ୱର ବାସିନ୍ଦା ଅଟନ୍ତି ଚନ୍ଦ୍ର ଶେଖର ମଲିଆ  । ବିଜେଡି ବାବୁଲି ସମର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ  ସ୍ୱାଧିନ ଭାବେ ନିର୍ବାଚନ ଲଢି ଚନ୍ଦ୍ରଶେଖର ମଲିଆ ବହୁ ଭୋଟରେ ବିଜୟୀ ହୋଇଥିଲେ । ଆଜି ସେ ବିଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।

Comments are closed.