Latest Odisha News

BREAKING NEWS

ଇମ୍ରାନଙ୍କ ବିରୋଧରେ ଅନାସ୍ଥ ପ୍ରସ୍ତାବ ଖାରଜ

ଇସଲାମବାଦ: ନାଟକୀୟ ଢ଼ଙ୍ଗରେ ଆଜି ପାକିସ୍ତାନ ବିଧାନସଭାରେ ପ୍ରଧାମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥ ପ୍ରସ୍ତାବ ଖାରଜ ହୋଇଯାଇଛି । ବୈଦେଶିକ ଷଡଯନ୍ତ୍ର ଦର୍ଶାଇ ଉପବାଚସ୍ପତି କାସିମ ଖାଁ ଏହାକୁ ଖାରଜ କରିଥିଲେ । ଗୃହରେ ବିରୋଧୀମାନେ ଏ ନେଇ ପ୍ରତିବାଦ କରିଥିଲେ । ଏହା ପରେ ଇମ୍ରାନ ଖାଁ ଜାତୀୟ ବିଧାନସଭା ଭଙ୍ଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ ବିଧିବଦ୍ଧ ଭାବେ ପତ୍ର ଲେଖିଛନ୍ତି ।

ପାକିସ୍ତାନ ଜନସାଧାରଣଙ୍କ ପାଖକୁ ଯିବା ବ୍ୟତୀତ ଆମ ନିକଟରେ ଆଉ ବିକଳ୍ପ ନାହିଁ ବୋଲି ସେ କହିଛନ୍ତି । ଆଉ ଥରେ ନିର୍ବାଚନ ହେଲେ ସବୁ କିଛି ଠିକଠାକ ହୋଇଯିବ ବୋଲି ଇମ୍ରାନ ଆଶା ବ୍ୟକ୍ତ କରିଛନ୍ତି । ଆଜି ଜାତି ଉଦ୍ଦେଶ୍ୟରେ ଇମ୍ରାନ ଉଦବୋଧନ ଦେବେ ।

Leave A Reply

Your email address will not be published.