ବେଙ୍ଗାଲୁରୁ: ଶୁକ୍ରବାର ରାତି ୧:୫୫ ରେ ଚନ୍ଦ୍ରାୟଣ- ୨ ଅଭିଯାନରେ ବ୍ୟବହୃତ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ମୂହୁର୍ତ୍ତ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଏଇଠି ସମାପ୍ତ ହୋଇଥିଲା ଚନ୍ଦ୍ରଯାନ – ୨ର ସମସ୍ତ ଅଭିଯାନ । ଇସ୍ରୋର ଅଧ୍ୟକ୍ଷ ଏହି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ଘୋଷଣା କରିଥିଲେ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନାନୁଯାୟୀ ଏହି ସମ୍ପୂର୍ଣ୍ଣ ଚନ୍ଦ୍ରାଭିଯାନ ୯୫ ପ୍ରତିଶତ ସଫଳ ହୋଇଛିି ବୋଲି ଜଣାଇଛନ୍ତି ।
#VikramLander lost contact with ground stations minutes before touchdown on Moon’s surface but #Chandrayaan2’s Orbiter remains fully functional. Orbiter to continue taking pictures of the moon and send it to #ISRO @isro pic.twitter.com/4Nk8wZj03a
— CNBC-TV18 (@CNBCTV18Live) September 7, 2019
ବିକ୍ରମ ଲ୍ୟାଣ୍ଡରରୁ ବିଚ୍ଛିନ୍ନ ହୋଇଯାଇଥିବା ଅର୍ବିଟର୍ ଏବେ କାର୍ଯ୍ୟକ୍ଷମ ତାହା ଆଗାମୀ ଏକବର୍ଷ ଯାଏଁ କାର୍ଯ୍ୟ କରିପାରିବ । ତେବେ ୫ ପ୍ରତିଶତ ଏହି ଅଭିଯାନରେ ଅସଫଳ ହୋଇଥିବା ବେଳେ ୯୫ ପ୍ରତିଶତ ଏହି ଅଭିଯାନ ସଫଳ ହୋଇଛି ବୋଲି ଇସ୍ରୋ ଅଧିକାରୀ ଜଣକ ପିଟିଆଇ ଗଣମାଧ୍ୟମକୁ ଜଣାଇଛନ୍ତି ।
ଅରବିଟର୍ ୯୫ ପ୍ରତିଶତ କାର୍ଯ୍ୟକ୍ଷମ କରୁଥିବା ବେଳେ ୫ ପ୍ରତିଶତ ବିକ୍ରମ ଲ୍ୟାଣ୍ଡର୍ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗୁଁ ଏହାଦ୍ୱାରା କୌଣସି ସୂଚନା ପାଇବା ସମ୍ଭବ ନୁହେଁ ବୋଲି ସେ ଗଣମାଧ୍ୟମକୁ ସୂଚନାଦେଇଛନ୍ତି ।
Comments are closed.