Latest Odisha News

BREAKING NEWS

ଅଷ୍ଟ୍ରେଲିଆର ସମୁଦ୍ର ତଟରୁ ମିଳିଲା ରହସ୍ୟମୟୀ ବସ୍ତୁ, ସନ୍ଦେହରେ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରେ ଏକ ରହସ୍ୟମୟ ବସ୍ତୁ ଦେଖିବାକୁ ମିଳିଛି । ଏହି ବସ୍ତୁଟି ଭାରତରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ -୩ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି । ରହସ୍ୟମୟ ବସ୍ତୁର ଉଚ୍ଚତା ଏବଂ ଚଉଡ଼ା ପ୍ରାୟ ୨ ମିଟର । ୬୪୨ ଟନ୍, ୪୩.୫ ମିଟର ଉଚ୍ଚତା ବିଶିଷ୍ଟ LVM ରକେଟ ଚନ୍ଦ୍ରଯାନ-୩ ଗତ ଶୁକ୍ରବାର ଅପରାହ୍ନ ୨.୩୫ ରେ ଶ୍ରୀକେରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପଠାଯାଇଥିଲା କରାଯାଇଥିଲା ।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ମାଳଦ୍ୱୀପ ଦେଇ ଗତି କରୁଥିବା ବେଳେ ଅଷ୍ଟ୍ରେଲିଆ ଆକାଶରେ LMV-୩ ଦୃଶ୍ୟମାନ ହୋଇଥିଲା । ଏବେ ଏକ ରହସ୍ୟମୟ ବସ୍ତୁ ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରୁ ଠାବ କରାଯାଇଛି । ଏହାକୁ ନେଇ ଏବେ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଯଦିଓ ଅଷ୍ଟ୍ରେଲୀୟ ସ୍ପେସ୍ ଏଜେନ୍ସି ଏହା ନିଶ୍ଚିତ କରିନାହିଁ କିନ୍ତୁ କେତେକ କହୁଛନ୍ତି ଯେ ଏହା ଭାରତରୁ ଆସିଥିବା ଏକ ପୁରୁଣା PSLVର ହୋଇପାରେ । ଏ ବିଷୟରେ ଭାରତୀୟ ମହାକାଶ ଏଜେନ୍ସି (ISRO) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଷ୍ଟ୍ରେଲିଆ ସ୍ପେସ୍ ଏଜେନ୍ସି କହିଛି ଯେ, ପଶ୍ଚିମ ଅଷ୍ଟ୍ରେଲିଆର ଜୁରିଏନ୍ ବାଇ ନିକଟ ସମୁଦ୍ର କୂଳରେ ମିଳିଥିବା ଏହି ବସ୍ତୁ ବିଷୟରେ ଆମେ ବର୍ତ୍ତମାନ ପଚରାଉଚରା କରୁଛୁ । ଏହା ଏକ ବିଦେଶୀ ସ୍ପେସ୍ ଲଞ୍ଚ ଯାନ ସହିତ ସଂଲଗ୍ନ ହୋଇପାରେ । ଆମେ ବିଶ୍ୱ ସ୍ତରୀୟ ସହକର୍ମୀଙ୍କ ସହ ଯୋଗାଯୋଗରେ ଅଛୁ, ଯେଉଁମାନେ ଅଧିକ ସୂଚନା ପ୍ରଦାନ କରିବାରେ ସମର୍ଥ ହୋଇପାରନ୍ତି।

ସେପଟେ ଅଜ୍ଞାତ ବସ୍ତୁଠାରୁ ଦୂରରେ ରହିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ASA । ASA ଆହୁରି କହିଛି, ଯଦି କୌଣସି ଲୋକ ସନ୍ଦେହଜନକ ବସ୍ତୁ ଚିହ୍ନଟ କରନ୍ତି, ତେବେ ତାହା ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଅଷ୍ଟ୍ରେଲିୟା ସ୍ପେସ୍ ଏଜେନ୍ସିକୁ ଜଣାଇବେ । ବର୍ଜ୍ୟବସ୍ତୁ ହ୍ରାସ ସହିତ ବାହ୍ୟ ମହାକାଶ କାର୍ଯ୍ୟକଳାପର ଦୀର୍ଘମିଆଦି ସ୍ଥିରତା ପାଇଁ ଆମେ ପ୍ରତିବଦ୍ଧ ଏବଂ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ହାଇଲାଇଟ୍ କରିବା ଜାରି ରଖିଛୁ।

Leave A Reply

Your email address will not be published.