ଭୁବନେଶ୍ବର:ବଡ ଘର ପ୍ରାୟ ସମସ୍ତଙ୍କ ପସନ୍ଦ । କିନ୍ତୁ ଅର୍ଥର ଅଭାବ ହେଉ ଅବା ଜାଗାର ଅଭାବ ଯୋଗୁଁ ଏହି ଇଚ୍ଛା ପୂରା ହୋଇପାରେ ନାହିଁ । ଜାଣି ରଖନ୍ତୁ ଜଣେ ବ୍ୟକ୍ତି ଘରର ଇଣ୍ଟେରିୟରକୁ ବଦଳାଇ ଘରକୁ ସ୍ପେସିଅସ୍ ଲୁକ୍ ଦେଇପାରିବେ । ଯାହା ଦ୍ବାରା ଛୋଟ ଘର ବଡ ଦିଶିବ ।
-ସବୁ ରୁମ୍ରେ ଏକା ଶେପ୍ର କରନ୍ତୁ ଓ ଏକା ରଙ୍ଗର ଟାଇଲ୍ସ ମାର୍ବଲ ବ୍ୟବହାର କରନ୍ତୁ ,ଏହା ଦ୍ୱାରା ଘର ବଡ଼ ଦେଖାଯାଇ ଥାଏ।
-ଯେତେ ସମ୍ଭବ କମ୍ ଜିନିଷ ରଖନ୍ତୁ। ସବୁ କାନ୍ଥକୁ ଲାଇଟ୍ କଲର କରି ଗୋଟେ କାନ୍ଥକୁ ଡିପ୍ କରନ୍ତୁ ଅବା ସେହି କାନ୍ଥକୁ ଟାଇଲ୍ସ ବା ୱାଲପେପର ଲଗାନ୍ତୁ। ଘର ସୁନ୍ଦର ଦେଖାଯିବା ସହ ବଡ଼ ଦେଖଯାଏ ।
– ଗୋଟିଏ ରୁମରେ ସୋଫା ଯଦି ଲମ୍ବାରେ ପକାଯାଏ ତେବେ ଘର ବଡ଼ ଦେଖାଯିବ। ତା’ସହ ସେଠାରେ କମ୍ ଫର୍ଣ୍ଣିଚର ରଖିବେ ।
– ଏଥିସହ ଘରର ରଙ୍ଗ ଯଦି ଧଳା କିମ୍ବା ଲାଇଟ୍ କଲର ରଖିବେ ତେବେ ଘର ବଡ଼ ଲାଗିବ। ସ୍କ୍ରିନ୍ ବହୁତ ଲମ୍ବା କରି ଲଗାନ୍ତୁ , ଏହାଦ୍ବାରା ବି ଘର ବଡ଼ ଦେଖାଯିବ।
-ଆପଣଙ୍କର ଯଦି ମଡୁଲାର କିଚେନ୍ ହୋଇଥାଏ ତା’ହେଲେ କ୍ୟାବିନେଟରେ ଯେତେ ସମ୍ଭବ କମ୍ ହ୍ୟାଣ୍ଡେଲ କରନ୍ତୁ। ଏଥସହ କ୍ୟାବିନେଟକୁ ଲାଇଟ୍ କଲର୍ ରଖନ୍ତୁ, ଏହାଦ୍ବାରା ଘର ବଡ଼ ଦେଖାଯାଏ ।
Comments are closed.