Latest Odisha News

BREAKING NEWS

ଚାଷୀଙ୍କ ଦୁଃଖ ବୁଝିଲେ ସଂଜୟ ଦାସବର୍ମା

ନବରଙ୍ଗପୁର: ଚାଷୀ ଙ୍କୁ କଥା ଦେଇ କଥା ରଖିଲେ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସବର୍ମା । ଗତକାଲି ନବରଙ୍ଗପୁର ସ୍ଥିତ RMC ପରିସର ରେ କୃଷକ ସୂଚନା କେନ୍ଦ୍ର ର ଉଦଘାଟନ ସମୟରେ ମଣ୍ଡିରୁ ଧାନ ଉଠିବା ଦାବି ରେ ଧାରଣା ରେ ବସିଥିଲେ ଶହ ଶହ ଚାଷୀ । ଆଉ ଚାଷୀଙ୍କୁ ସମର୍ଥନ ଜଣେଇ ଧାରଣାରେ ସାମିଲ ହେଇଥିଲେ ବିଜେପି ର ରାଜ୍ୟ ଉପସଭାପତି ତଥା ପୁର୍ବତନ ସାଂସଦ ବଳଭଦ୍ର ମାଝୀ।

ଉଦଘାଟନୀ ସଭା ରେ ବହୁ ସମୟ ଉତ୍ତେଜନା ଲାଗି ରହିଥିଲା। ପରିଶେଷରେ ରେ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମା ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଆସନ୍ତାକାଲି ସୁଦ୍ଧା ମଣ୍ଡିରୁ ଧାନ ଉଠିବା ନେଇ ସେ ସରକାରଙ୍କ ସହ ଆଲୋଚନା କରିବେ।

ଆଜି ସେ ନିଜେ ଆରଏମସି ପରିସରର ମଣ୍ଡି ଏବଂ ତାରା ଗାଁ ମଣ୍ଡି ରେ ପହଂଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରୁ ଆଜି ୧ ଲକ୍ଷ କୁଇଣ୍ଟାଲ ଧାନ ମଣ୍ଡିରେ କ୍ରୟ କରାଯିବା ନେଇ ଘୋଷଣା କରିଥିଲେ।

ଏଇ ଟାର୍ଗେଟ ଘୋଷଣା ପରେ ଚାଷୀଙ୍କ ମହଲରେ ଖୁସି ର ଲହରୀ ଖେଳିଯାଇଛି । ଏତେ ଦିନ ଧରି ହଜାର ହଜାର କୁଇଣ୍ଟାଲ ଧାନକୁ ଶିତ କାକର ରେ ଜଗି ଥିବା ଚାଷୀଙ୍କ ଦୁଃଖ ବୁଝି ଥିବାରୁ ସଂଜୟ ଦାସବର୍ମାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଚାଷୀ।

ଏକ ଲକ୍ଷ କୁଇଣ୍ଟାଲ ଧାନ ପରେ ମଧ୍ୟ ଯଦି ଚାଷୀଙ୍କ ଧାନ ରହିଯାଏ ତେବେ ତାର ମଧ୍ୟ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ  ଦାସବର୍ମା।

Comments are closed.