Latest Odisha News

BREAKING NEWS

ବିଦେଶୀଙ୍କ ଟ୍ବିଟ୍‌ର ଜବାବ ଦେଲେ ତେନ୍ଦୁଲକର, କହିଲେ ଦେଶର ସାର୍ବଭୌମତ୍ବରେ କରାଯିବନି ସାଲିସ

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଅନ୍ତର୍ଜାତୀୟ ସେଲିବ୍ରିଟି । କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ସମସ୍ତ ସେଲିବ୍ରିଟି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଟ୍ବିଟରରେ କୃଷକ ଆନ୍ଦୋଳନରେ ବିଦେଶୀଙ୍କ ହସ୍ତକ୍ଷେପକୁ କଡ଼ା ସମାଲଷାଚନା କରିଛନ୍ତି । କୌଣସି ପରିସ୍ଥିତିରେ ଭାରତର ସାର୍ବଭୌମତ୍ବରେ ସାଲିସ କରାଯାଇପାରିବ ନାହିଁ ବୋଲି ଟ୍ବିଟରରେ ଲେଖିଛନ୍ତି ସଚିନ୍ ।

ଏହା ସହ ସଚିନ ତେନ୍ଦୁଲକର ଆହୁରି ଲେଖିଛନ୍ତି, ଭାରତୀୟ ଭାରତକୁ ଜାଣିଛନ୍ତି ଏବଂ ଭାରତ ପାଇଁ ନିଷ୍ପତ୍ତି ନେବେ ଭାରତବାସୀ । ଭାରତ ଏକାଠି ଅଛି ବୋଲି ଉଲ୍ଲେଖ କରିଛନ୍ତି ସଚିନ । ଅନ୍ୟପଟେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ଟ୍ବିଟରରେ ଲେଖିଛନ୍ତି, ଭାରତ ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ସଠିକ୍ ଭାବେ ସମାଧାନ କରିବାରେ ସକ୍ଷମ ।

Leave A Reply

Your email address will not be published.