Latest Odisha News

ମୋବାଇଲ ଟର୍ଚ୍ଚରେ କେମୋ ଥେରାପି: ଅନ୍ଧାରରେ ଚାଲିଲା ଚିକିତ୍ସା

ସମ୍ବଲପୁର: ବୁର୍ଲା ଭୀମସାରରେ ଅନ୍ଧାରୀ ଚିକିତ୍ସା । କର୍କଟ ରୋଗ ବିଭାଗରେ ଆନ୍ଧାରରେ ଦିଆଗଲା କେମୋ । ୩ ଘଣ୍ଟା ଧରି ହୋଇଥିଲା ବିଦ୍ୟୁତ କାଟ୍ । ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । କେମୋ ଚାଲିଥିବା ବେଳେ ପ୍ରାୟ ୩ ଘଣ୍ଟା କଟିଲା ଲାଇନ୍। ଫଳରେ ଅନ୍ଧାରରେ ବି ଚାଲିଲା ଚିକିତ୍ସା। ବୁର୍ଲା ଭୀମସାର କର୍କଟ ରୋଗ ବିଭାଗରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ରୋଗୀଙ୍କୁ କେମୋ ଦେବା ସମୟରେ ଲାଇନ କଟିଥିଲା। ହେଲେ ୩ ଘଣ୍ଟା ଯାଏ ଲାଇନ୍ ଆସିନଥିଲା। ଫଳରେ ଏହି ଅନ୍ଧାରକୁ ଖାତିର ନକରି ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ ଥେରାପି।

ଅନ୍ୟପଟେ ଜେନେରେଟର୍‌ ଥାଇ ବି ଲଗାଇନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେହିପରି ଏହି ଅଭିଯୋଗକୁ ନେଇ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଗତ ୧୧ରେ ମରାମତି କାମ ପାଇଁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ହେଲେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୀମସାର ଅଧୀକ୍ଷକ କହିଛନ୍ତି।

Comments are closed.