Latest Odisha News

ଦୁଇ ଦିନିଆ ଆମେରିକା ଗସ୍ତରେ ମୋଦି: ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ୱାଶିଂଟନ: ଫ୍ରାନ୍ସ ଗସ୍ତ ସାରି ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ୱାସିଟନ୍ ଡିସିରେ ପହଞ୍ଚିଛନ୍ତି ମୋଦି। ବିମାନବନ୍ଦରରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଆଜି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ସେହିପରି ଆମେରିକାର ନ୍ୟାସନାଲ ଇଣ୍ଟେଲେଜେନ୍ସ ଡାଇରେକ୍ଟରଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କରିବେ ଆଲୋଚନା। ୱାସିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହାପୂର୍ବରୁ ଆମେରିକାର ନ୍ୟାସନାଲ ଇଣ୍ଟେଲେଜେନ୍ସ ଡାଇରେକ୍ଟର ତୁଲସୀ ଗବାଡଙ୍କ ସହ ଆଲୋଚନା କରିଛନ୍ତି ମୋଦି। ଭାରତ-ଆମେରିକା ବନ୍ଧୁତ୍ବର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଆମେରିକାରେ ପ୍ରବାସୀ ଭାରତୀୟ ତରଫରୁ ମୋଦିଙ୍କୁ ବିପୁଳ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। କାରଣ ନିକଟ ଅତୀତରେ ଟ୍ରମ୍ପ ଏପରି ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହାର ଭାରତ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରଭାବ ପଡ଼ିଛି। କେବଳ ଏତିକି ନୁହେଁ, ଟ୍ରମ୍ପ ଭାରତ ସହ ବାଣିଜ୍ୟ ଏବଂ ପ୍ରବାସନ ପ୍ରସଙ୍ଗରେ ମଧ୍ୟ ଅନେକ ମନ୍ତବ୍ୟ ଦେଇଛନ୍ତି, ଯାହାର ଗଭୀର ପ୍ରଭାବ ରହିଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

Comments are closed.