ଦୁବାଇ: ଚଳିତ ଆଇପିଏଲରେ କ୍ରମାଗତ ପରାଜୟ ପରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ବାଙ୍ଗାଲୋର ପ୍ରଦତ ୧୪୭ ରନର ଲକ୍ଷ୍ୟକୁ ଚେନ୍ନାଇ ୧୮.୪ ଓଭରରେ ୨ଟି ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା ।
ଚେନ୍ନାଇର ଓପନର ଋତୁରାଜ ଗାୟକ୍ୱାଡ ବ୍ୟକ୍ତିଗତ ଭାବେ ଅପରାଜିତ ରହି ୬୫ ରନ୍ କରିଥିଲେ । ସେ ୫୧ଟି ବଲ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ । ତାଙ୍କ ସହଯୋଗୀ ଫାପ୍ ଡୁ ପ୍ଲେସିସ୍ ୧୩ଟି ବଲ ଖେଳି ୨ଟି ଚୌକା ଓ ୨ଟି ଛକା ବଳରେ ୨୫ ରନ୍ କରିଥିଲେ । ସେହିପରି ଅମ୍ବାତି ରାୟଡୁ ୩୯ ରନ୍ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୧ ରନ୍ କରିଥିଲେ । ବାଙ୍ଗାଲୋରର କ୍ରିସ ମୋରିସ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
Comments are closed.