Latest Odisha News

BREAKING NEWS

ସ୍ୱାସ୍ଥ୍ୟକର୍ମୀଙ୍କ ମହାନତା; ରୋଗୀଙ୍କୁ କାନ୍ଧରେ ବୋହି ୫୦୦ମି. ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ

ଗୌହାଟୀ: ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ସ୍ୱାସ୍ଥ୍ୟ କର୍ମୀ ଗୁରୁତର କରୋନା ରୋଗୀଙ୍କ କାନ୍ଧରେ ବୋହି ପାଖାପାଖି ୫୦୦ମି. ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଛନ୍ତି ।

ଉକ୍ତ ଅଞ୍ଚଳରେ ଉପଯୁକ୍ତ ରାସ୍ତାଘାଟ ନଥିବାରୁ ଆମ୍ବୁଲାନ୍ସଟି ତାଙ୍କ ଘରେ ପହଞ୍ଚି ପାରିନଥିଲା ।

ସୂଚନା ଅନୁଯାୟୀ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଗୋପାଳ ସୈକିଆ ନାମକ ଜଣେ ସ୍ୱାସ୍ଥ୍ୟ କର୍ମୀ ଶନିବାର ଦିନ ଉକ୍ତ ରୋଗୀଙ୍କୁ ଘୁଲମରା ନିକଟ ତାଙ୍କ ଘରୁ ଆମ୍ବୁଲାନ୍ସ ଯାଏଁ ବୋହି ଆଣିଥିଲେ । ଯାହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।

ଏନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ପିପିଇ କିଟ୍ ପିନ୍ଧିଥିବା ଗୋପାଳ ଜଣେ ରୋଗୀଙ୍କୁ କାନ୍ଧରେ ବୋହି ଚାଲୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.