Latest Odisha News

BREAKING NEWS

ଜାଡେଜାଙ୍କ ସ୍ପିନରେ ନାଚିଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୩୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅଭିଷେକ ଶର୍ମା ୩୪ ଓ ରାହୁଲ ତ୍ରିପାଠୀଙ୍କ ୨୧ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ । ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ସବୁଠାରୁ ସଫଳ ବୋଲର ଭାବେ ୩ଟି ୱିକେଟ ଅକ୍ତିଆର କରିଥିଲେ । ମହୀଶ ତିଖାନା, ମତିସା ପାଥୀରନ ଓ ଆକାଶ ସିଂ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

BjdElectrycity

ଏକଦା ୨ ୱିକେଟ ବିନିମୟରେ ୭୧ ରନ କରିଥିବା ହାଇଦ୍ରାବାଦ ୯୫ ରନ ବେଳକୁ ୫ଟି ୱିକେଟ ହରାଇ ବିପଦରେ ପଡିଥିଲା । ଚେନ୍ନାଇ ୫ଟି ମ୍ୟାଚରୁ ୬ ପଂଏଟ ପାଇଥିବା ବେଳେ ହାଇଦ୍ରାବାଦ ସମାନ ସଂଖ୍ୟକ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ପିଚ ସ୍ପିନରଙ୍କୁ ସୁହାଉଥିବାରୁ ହାଇଦ୍ରାବାଦ ସ୍ପିନର କମାଲ କରିପାରୁଛନ୍ତି କି ନାହିଁ ତାହା ଦେଖିବା କଥା ।

Leave A Reply

Your email address will not be published.