Latest Odisha News

BREAKING NEWS

ଆଇପିଏଲ: ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କ୍ୱାଲିଫାୟର ମୁକାବିଲା

ଦୁବାଇ: ଆଇପିଏଲ ୨୦୨୧ର ପ୍ରଥମ ପ୍ଲେ ଅଫ ମୁକାବିଲା ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ବିଜେତା ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ଟିମକୁ ଏଥି ନିମନ୍ତେ ଆଉ ଏକ ସୁଯୋଗ ମିଳିବ । ଦ୍ୱିତୀୟ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ କୋଲକାତା ନାଇଟ ରାଇଡର୍ସ ଭେଟିବ । ଏହି ମ୍ୟାଚର ବିଜେତା ପ୍ରଥମ କ୍ୱାଲିଫାୟରର ପରାଜିତ ଟିମ ସହିତ ଖେଳିବ । ବିଜୟୀ ଦଳ ଦ୍ୱିତୀୟ ଟିମ ଭାବେ ଫାଇନାଲରେ ପ୍ରବେଶ କରିବ । ଚେନ୍ନାଇ ଶେଷ ୩ଟି ମୁକାବିଲାରେ ରାଜସ୍ଥାନ, ଦିଲ୍ଲୀ ଓ ପଞ୍ଜାବ ନିକଟରୁ ପରାଜିତ ହୋଇଛି । ଦଳର ଭଲ ଫର୍ମରେ ନ ଥିବାରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚିନ୍ତାର ରହିଛନ୍ତି । ଅପରପକ୍ଷରେ ଦିଲ୍ଲୀ ମଧ୍ୟ ବାଙ୍ଗାଲୋରଠାରୁ ହାରି ଚାପରେ ରହିଛି । ଉଭୟ ଟିମ ମଧ୍ୟରେ ୨୧ ମ୍ୟାଚ ଖେଳଯାଇଛି ଚେନ୍ନାଇ୨୧ ଓ ଦିଲ୍ଲୀ ୧୪ ମ୍ୟାଚରେ ବିଜୟୀ ହୋଇଛି ।

ଦିଲ୍ଲୀର ମାର୍କସ ଷ୍ଟେଇନିସ ଫିଟ ନ ଥିବାରୁ ତାଙ୍କ ଖେଳିବା ନେଇ ସଂଶୟ ରହିଛି । ସେହିପରି ଚେନ୍ନାଇ ସୁରେଶ ରାଇନା ଓ ରବିନ ଉଥପ୍ପାଙ୍କ ମଧ୍ୟରୁ କାହାକୁ ଖେଳାଇବ ସେ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ରହିଛି । ରାଇନା ଭଲ ଫର୍ମରେ ନଥିବାରୁ ଉଥପ୍ପାଙ୍କୁ ସୁଯୋଗ ଦିଆ ଯାଇଥିଲା ସେ ମଧ୍ୟ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି । କାହାକୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିବ ଦେଖିବା କଥା । କାଗଜ କଲମରେ ଚେନ୍ନାଇ ପଲା ଭାରୀ ଥିବା ବେଳେ ଦିଲ୍ଲୀର ୟଙ୍ଗ ବ୍ରିଗେଡ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି ।

Leave A Reply

Your email address will not be published.