Latest Odisha News

BREAKING NEWS

ନାଗାର୍ଜୁନ ବେଶ ପାଇଁ ଛତିଶାନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଅଲୌକିକ ନାଗାର୍ଜୁନ ବେଶ। ଏଥିପାଇଁ ପାଇଁ ଆଜି ହୋଇଥିବା ଛତିଶାନିଯୋଗ ବୈଠକରେ ନିଆଯାଇଛି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

ନିଷ୍ପତ୍ତି ଅନୁଯାୟୀ ନାଗାର୍ଜୁନ ଵେଶ ଏକ ଶୋଭାଯାତ୍ରାରେ ରାତି ୨ ଟା ରୁ ଚକ୍ରକୋଟ ଜାଗାରୁ ଶ୍ରୀମନ୍ଦିରକୁ ଅଣାଯିବ। ଭୋର ପ୍ରାୟ ୪ଟାରେ ସିଂହାରୀ ସେବାୟତ ମାନେ ଏହି ବେଶକୁ ମହାପ୍ରଭୁଙ୍କୁ ଲାଗି କରିବେ। ପ୍ରାୟ ତିନି ଘଣ୍ଟା ବେଶ ଲାଗି ପରେ ଅପରାହ୍ନ ଦୁଇଟାରେ ଭୋଗମଣ୍ଡପ ଶେଷ ସହ ବେଶକୁ ଓଲାଗି କରାଯିବ।

ତେବେ ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଭକ୍ତ ମାନେ ଦର୍ଶନ କରି ପାରିବେ ନାହିଁ। ଏପରିକି ପରମ୍ପରା ନଥିବାରୁ ପତିତପାବନଙ୍କର ମଧ୍ୟ ବେଶ ହେବନାହିଁ।

ଅନ୍ୟପକ୍ଷରେ ଲାଗି ବେଶକୁ ନେଇ ବିବାଦ ଥିବାରୁ ଚଳିତବର୍ଷ ଏହାକୁ ସଂଗ୍ରାହଳୟରେ ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ବାବଦରେ ସମ୍ପୃକ୍ତ ସେବାୟତ ମାନଙ୍କୁ କ୍ଷତିପୂରଣ ରାଶି ମଧ୍ୟ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଏହି ଅଲୌକିକ ବେଶ ହେଉଥିବାରୁ ସମସ୍ତ ସେବାୟତଙ୍କ ସହଯୋଗ କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ଵେଶ ଭାଇରାଲ୍ ହେବା ଆଶଙ୍କା ଥିବାରୁ ଶ୍ରୀମନ୍ଦିରରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେହିପରି ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଭକ୍ତଙ୍କ ପ୍ରବେଶ ଉପରେ କଡା କଟକଣା ଏପରିକି ୧୪୪ ଧାରା ଜାରି ହେବାର ସମ୍ଭାବନା ରହିଛି।

ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଅଧକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ ଓ ଛତିଶାନିଯୋଗର ପ୍ରତିନିଧି ମାନେ ଆଲୋଚନାରେ ଭାଗ ନେଇଥିଲେ।

Leave A Reply

Your email address will not be published.