Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ କେମିତି ହେବ ଚନ୍ଦନ ଯାତ୍ରା, ଆଜି ଛତିଶା ନିଯୋଗ ବୈଠକରେ ବିଚାରବିମର୍ଶ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା । ରୂପରେଖ ସ୍ଥିର କରିବାକୁ ଆଜି ବସୁଛି ଛତିଶା ନିଯୋଗ ବୈଠକ । ଛତିଶା ନିଯୋଗ ନିଷ୍ପତ୍ତି ଓ ପ୍ରଶାସନର ସହମତିରେ ରୂପରେଖ ନିର୍ଦ୍ଧାରଣ ହେବ । କୋଭିଡ୍ କଟକଣା ଭିତରେ ବାହାର ଚନ୍ଦନଯାତ୍ରାରେ କେତେ ଜଣ ସେବାୟତ ସାମିଲ ହେବେ ଆଜିର ବୈଠକରେ ବିଚାରବିମର୍ଶ ପରେ ସ୍ଥିର ହୋଇପାରେ ।

ବାହାର ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ତାଲିକା ଦେଇଥିବା ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତଙ୍କୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାରେ ସାମିଲ କରାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ସେମାନେ ସଂଗରୋଧରେ ରହିବେ । ଆସନ୍ତା ୧୫ ତାରିଖରେ ମହାପ୍ରଭୁଙ୍କ ବାହାର ଚନ୍ଦନ ନୀତି ଏବଂ ରଥ ନିର୍ମାଣ ଅନୁକୂଳ ପର୍ବ ଆରମ୍ଭ ହେଉଛି । ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବି ଜୋରଦାର ହୋଇଛି ।

Leave A Reply

Your email address will not be published.