Latest Odisha News

BREAKING NEWS

ପୁଲିସ -ନକ୍ସଲ ଏନକାଉଣ୍ଟର: ୨ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ ନକ୍ସଲ ସଂଗଠନର ପ୍ଲାଟୁନ ନମ୍ବର ୧୧ ଏବଂ ୧୨ର ନକ୍ସଲମାନେ କ୍ୟାମ୍ପ କରି ରହିଛନ୍ତି । ତୁରନ୍ତ ୨୨୨ ଡିଆରଜି ବାଟାଲିୟନର ଯବାନ ସେହି ଅଂଚଳକୁ କୁମ୍ବିଂ କରିବା ପାଇଁ ଯାଇଥିଲେ।

ତେବେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏହି ଘଟଣାରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ଯାଞ୍ଚ କରିବା ପରେ ୩ଟି ବନ୍ଧୁକ ସହ ବିସ୍ଫୋରକ ଜବତ କରାଯାଇଥିଲା।

ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ କହିଛି । ପୁଲିସ ଦୁଇ ମୃତ ମହିଳା ମାଓବାଦୀଙ୍କୁ ଚିହ୍ନଟ କରୁଛି । ନକ୍ସଲ ଏବେ ମଧ୍ୟ ବିଜାପୁର ଅଂଚଳରେ ନିଜର ଦବଦବା ଜାହିର କରିଛନ୍ତି।

Comments are closed, but trackbacks and pingbacks are open.