Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ

ପୁରୀ  : ପୁରୀର ଶ୍ରୀ ଲୋକନାଥଙ୍କ ପୀଠରେ ଆଜି ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଛି । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ଜମା ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ା ଯାଇଥିଲା। ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକାୟିତ ଥିବାବେଳେ ଆଜିର ଦିନରେ ବିଶେଷ ଦର୍ଶନ ଦେଇଥାନ୍ତି । ପୁରୀର ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି । ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ଦିଆଯାଇଥିଲା । ପରେ ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ଫୁଲ, ଫଳ, ସୁନା, ରୁପା ଓ ନୈବେଦ୍ୟକୁ କଢ଼ାଯାଇଥିଲା ।

ପ୍ରାୟ ଏକବର୍ଷ ପରେ ଆଜି ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ଭକ୍ତଙ୍କୁ ମିଳିଥିଲା। ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ ।ଆଜି ବିଶେଷ ଦର୍ଶନ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଭକ୍ତ ମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।।

ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ ଆଜିର ଦିନରେ ଯଦି ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସେହି  ସମାନ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Comments are closed, but trackbacks and pingbacks are open.