Latest Odisha News

ବ୍ୟାପୁଛି ହାଡ଼ଫୁଟି; ୧୦ ଶିଶୁଙ୍କ ସହ ୩୦ରୁ ଅଧିକ ଆକ୍ରାନ୍ତ

ଗଜପତି: ବ୍ୟାପୁଛି ହାଡ଼ଫୁଟି ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଏବଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖଜୁରୀପଦା ଗାଁରେ । ତେବେ ଏହି ୩୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି ।

ଏ ସମ୍ପର୍କରେ ଅବଗତ ହେବା ପରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ଥରୀୟ ୯ ଜଣିଆ ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏଥିସହ ଆଶା କର୍ମୀମାନେ ଖଜୁରୀପଦା ଗାଁକୁ ଯାଇଛନ୍ତି । ଆକ୍ରାନ୍ତଙ୍କ ବର୍ତ୍ତମାନର ସ୍ଥିତି ଦେଖିବା ସହ ଔଷଧ ମଧ୍ୟ ବଣ୍ଟନ କରିଛନ୍ତି ।

ତେବେ କେଉଁ କାରଣ ପାଇଁ ଗାଁରେ ହାଡଫୁଟି ବ୍ୟାପୁଛି ତାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ଅନ୍ୟପକ୍ଷରେ ଗାଁରେ ଏବେ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି କହିଛନ୍ତି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।

Comments are closed.