Latest Odisha News

BREAKING NEWS

Chief Electoral Officer: ରାଜ୍ୟରେ SIRକୁ ବଡ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ଏନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ. ଗୋପାଳନ । ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ ସରିଛି । ଏହି ୯୦ପ୍ରତିଶତ ଭୋଟର ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ଉଭୟ ୨୦୨୫ ଭୋଟର ତାଲିକା ଏବଂ ୨୦୦୨ରେ ମଧ୍ୟ ଅଛନ୍ତି । ଏଭଳି କ୍ଷେତ୍ରରେ ବିଏଲଓଙ୍କୁ ଜଣାଇବାକୁ କହିଛନ୍ତି ନିର୍ବାଚନ ଅଧିକାରୀ ।

ବାକିଥିବା ୧୦ ପ୍ରତିଶତ ସହରାଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ସେ କହିଛନ୍ତି, ୨୦୨୫ ତାଲିକାରେ ଥିବା ୯୦ ପ୍ରତିଶତ ୨୦୦୨ ତାଲିକାରେ ବି ଅଛନ୍ତି । ଆଉ ୧୦ ପ୍ରତିଶତ ଆମ ପାଇଁ କଷ୍ଟକର, ସହରାଞ୍ଚଳ ପାଇଁ ସମସ୍ୟା । ଯଦି ୨୦୦୨ରେ ଆପଣଙ୍କ ନାଁ ନ ଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ । ୯୫ ପ୍ରତିଶତ ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ ବୋଲ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ସବୁଠୁ ବଡ଼ କଥା ୨୦୦୨ ଆଧାରରେ ସଂଶୋଧନ କରାଯିବ । ୨୦୦୨ ମସିହାରେ ଯେଉଁ ବୁଥ୍‌ରେ ମତଦାନ କରିଥିଲେ ତାର ବୁଥ୍ ନମ୍ବର କହିଲେ ବି ସଂଶୋଧନ ହେବ । କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ । ତାକୁ ପୂରଣ କଲେ ବି ଚଳିବ । ଉଦ୍ଦେଶ୍ୟ ହେଉଛି ଯେମିତି ଭୋଟର ତାଲିକା ପୂରା ସ୍ବଚ୍ଛ ହେବା ଦରକାର । ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ । ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍‌ ଗୋପାଳନ କହିଛନ୍ତି ।

Leave A Reply

Your email address will not be published.