Latest Odisha News

BREAKING NEWS

ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଅରୁଣାଚଳ ପ୍ରଦେଶରେ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସରେ’ ଶୋକବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନରେ କାର୍ଯ୍ୟା କରୁଥିବା ହାବିଲଦାର ରାଜକିଶୋର ମୁଣ୍ଡା ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିଲେ। ରାଜକିଶୋରଙ୍କ ଘର କେନ୍ଦୁଝର ଜିଲ୍ଲାରେ। ଆସନ୍ତା କାଲି ସକାଳ ୭ ଟା ୫୦ ସମୟରେ ରାଜକିଶୋରଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ବୋଲି ସୂଚନା ମିଳିଛି।

Comments are closed.