ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ନହଲେ ଏତେ ଖରାରେ ପ୍ରଚାର କରନ୍ତି କିପରି । ମୋ ସ୍ବାସ୍ଥ୍ୟକୁ ନେଇ ଅପ ପ୍ରଚାର କରାଯାଉଛି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋ ସ୍ବାସ୍ଥ୍ୟ ବିଷୟରେ ଏତେ ଚିନ୍ତା ଲାଗୁଛି ତେବେ ସେ ମତେ ବ୍ୟକ୍ତିଗତ ଭାବେ ଫୋନ୍ କରିପାରିଥାନ୍ତେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନବୀନ ଆହୁରି କହିଛନ୍ତି, ଆପଣଙ୍କୁ ମୋ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା ଲାଗିଛି । ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରାଯାଉଛି, ଯେଉଁମାନେ ଗୁଜବ କରୁଛନ୍ତି ସେମାନଙ୍କ ପାଇଁ ଟିମ୍ ଗଠନ କରି ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ନବୀନ । ଏହା ସହ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ବାରିପଦାରେ ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା କୁ ନେଇ ଆଜି ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଚାନକ କେମିତି ଖରାପ ହେଲା, ତାହାର ଯାଞ୍ଚ କରାଯିବ। ଆଉ ସତକଥା ଲୋକଙ୍କ ସାମ୍ନାକୁ ଅଣାଯିବ ବୋଲି ମୋଦି କହିଥିଲେ ।
Comments are closed.