Latest Odisha News

ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏରୋଡ୍ରମ୍ ୟୁପି ସ୍କୁଲ ବୁଥରେ ନିଜର ମତଦାନ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ । ଲୋକଙ୍କୁ ମଧ୍ୟ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜର ମନ ପସନ୍ଦର ପ୍ରାର୍ଥି ବାଛିବା ପାଇଁ ୫ ବର୍ଷରେ ଥରେ ସୁଯୋଗ ମିଳେ । ତାକୁ ହାତ ଛଡା କରନ୍ତୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ଯୁବକ ଭୋଟ୍ ର ମାନଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିଛନ୍ତି ।

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ପାଇଁ ୬୪ ପ୍ରାର୍ଥୀ ଥିବାବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ  ୩୮୩ ପ୍ରାର୍ଥୀ ଅଛନ୍ତି।

ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ବୁଥ କରାଯାଇଛି। ୨୦ ପ୍ରତିଶତ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଛି । ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି  ।୧୫ ଶହ ବୁଥ୍ ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୩୦ଟି ବୁଥ୍ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.