Latest Odisha News

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ। ଏହିମଧ୍ୟରେ ଦେଶର ପ୍ରଥମ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ରାଜେନ୍ଦ୍ର ପ୍ରସାଦ କେଭି ସ୍କୁଲ ବୁଥ୍‌ରେ ଭୋଟ ଦେଇଛନ୍ତି ।

ଦେଶର ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ମତଦାନ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ଓ ହରିୟାଣାର ସମସ୍ତ ୧୦ ଲୋକସଭା କ୍ଷେତ୍ର ପାଇଁ ଚାଲିଛି ଭୋଟିଂ । ଷଷ୍ଠ ପର୍ଯ୍ୟାୟ ମତଦାନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଏହି ପର୍ଯ୍ୟାୟରେ ମତଦାନ କରିବେ ପ୍ରାୟ ୧୧.୧୩ କୋଟି ଭୋଟର  ।

ଏହି ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ।

 

Leave A Reply

Your email address will not be published.