Latest Odisha News

BREAKING NEWS

ରାମ ମନ୍ଦିରରେ ଆଲୌକିକ ଘଟଣା, ଭଗବାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ହାଜିର ହେଲେ ଭକ୍ତ ହନୁମାନ

ଅଯୋଧ୍ୟା: ଚମତ୍କାର ଓ ଅଲୌକିକ । ୩ଦିନ ହେବ ଜନ୍ମସ୍ଥାନରେ ବିରାଜିଲେଣି ଭଗବାନ । କେତେ ବା ଆଉ ନିଜକୁ ସମ୍ଭାଳି ରଖିଥାନ୍ତେ ଭକ୍ତ । ମନରେ ଥିଲା ଭଗବାନଙ୍କ ଦର୍ଶନ କରି କୃତାର୍ଥ କରିବେ ମନ ଓ ହୃଦୟ । ସେଥିପାଇଁ ସକାଳୁ ସକାଳୁ ପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୁରରୁ ଚାଲିଆସିଲେ ପ୍ରଭୁ ରାମଙ୍କ ପରମ ଭକ୍ତ ମହାବୀର ହନୁମାନ । କଣ ଆପଣ ମଧ୍ୟ ଶୁଣି ଚକିତ ହୋଇଯାଉଛନ୍ତି କି? ଚକିତ ଲାଗିଲେ ବି ଏଇଟା ହିଁ ସତ । ଏହି ଘଟଣା ଆଉ କୋଉଠି ନୁହେଁ ବରଂ ଅଯୋଧ୍ୟା ନଗରୀ ପ୍ରଭୁ ରାମଲାଲାଙ୍କ ଦିବ୍ୟ ମନ୍ଦିରରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ମନ୍ଦିର ଭିତରେ ଏକ ମାଙ୍କଡ ଆସି ପହଞ୍ଚିଥିଲା । ଯାହାକୁ ଦେଖି ସୁରକ୍ଷାକର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମନ୍ଦିର ଟ୍ରଷ୍ଟ ମାଙ୍କଡକୁ ଦେଖି ସ୍ଵୟଂ ମହାବୀର ହନୁମାନ ବୋଲି କହିଛନ୍ତି ।

ଆଜି ଭୋର୍ ୫ଟା ୫୦ ମିନିଟର ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଗର୍ଭଗୃହ ଭିତରେ ପ୍ରବେଶ କରିଥିଲା ଏକ ମାଙ୍କଡ଼ । ମାଙ୍କଡ଼କୁ ଦେଖିବା ପରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀ ଗର୍ଭଗୃହରେ ତୁରନ୍ତ ପହଞ୍ଚିଥିଲେ । ସୁରକ୍ଷାକର୍ମୀଙ୍କ ମନରେ ଡର ଥିଲା କାଳେ ମାଙ୍କଡଟି ପ୍ରଭୁ ରାମଲାଲାଙ୍କ ବିଗ୍ରହକୁ ତଳେ ପକାଇଦେବ । ମାଙ୍କଡ଼କୁ ଘଉଡ଼ାଇବାକୁ ଗଲା ବେଳେ ମାଙ୍କଡଟି ପୁରା ଶାନ୍ତ ସ୍ଵଭାବରେ ସେଠାରୁ ଦୌଡ଼ି ଯାଇ ଉତ୍ତର ଦ୍ୱାର ପଟକୁ ଚାଲିଯାଇଥିଲା । କିନ୍ତୁ ଉତ୍ତର ଦ୍ୱାର ବନ୍ଦ ଥିବାରୁ ସେଠାରୁ ସିଧା ସଳଖ ଲୋକେ ଛିଡା ହୋଇଥିବା ପୂର୍ବ ଦିଗକୁ ଚାଲିଯାଇଥିଲା । ସେଠାରେ ଶହ ଶହ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥିଲେ । ମାତ୍ର ମାଙ୍କଡଟି କାହାରିକୁ କୌଣସି ପ୍ରକାର କ୍ଷତି ନପହଞ୍ଚାଇ ସେଠାରୁ ଚାଲିଯାଇଥିଲା । ଏହି ପୁରା ଘଟଣାକୁ ସୋସିଆଲ୍ ମିଡିଆରେ ସେୟାର କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ।

ଅନ୍ୟପଟେ ପ୍ରଭୁ ରାମଚନ୍ଦ୍ରଙ୍କ ଦିବ୍ୟ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା କାକରରେ ରାମଲ୍ଲଲାଙ୍କ ଦର୍ଶନ କରିବା ପାଇଁ ଆତୁର ହୋଇ ଚାହିଁ ରହିଛନ୍ତି ଭକ୍ତ । ସକାଳ ୭ରୁ ଦର୍ଶନ ଆରମ୍ଭ ହୋଇଛି । ଭିଡ଼଼ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି ରାପିଡ୍ ଆକସନ୍ ଫୋର୍ସ । ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବା ପାଇଁ ଅପିଲ୍ କରିଛି ମନ୍ଦିର ପ୍ରଶାସନ ।

Leave A Reply

Your email address will not be published.