Latest Odisha News

BREAKING NEWS

‘ହେରା ଫେରି-୩’ରେ ଅକ୍ଷୟ ଇନ୍ କାର୍ତ୍ତିକ ଆଉଟ୍

ମୁମ୍ବାଇ: ଖୁବ ଶୀଘ୍ର ପରଦାକୁ ଆସିବ ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଫିଲ୍ମରେ ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବଦଳରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ। ହେଲେ ଏବେ ନିଷ୍ପତ୍ତି ବଦଳିଥିବା କୁହାଯାଉଛି। ‘ଭୁଲ ଭୁଲୈୟା-୨’ରେ ଅକ୍ଷୟଙ୍କ  ସ୍ଥାନ ନେଇଥିଲେ କାର୍ତ୍ତିକ। ଫିଲ୍ମଟି ସୁପରହିଟ ହୋଇଥିଲା। ଏହାକୁ ଦେଖି ‘ହେରା ଫେରି-୩’ ନିର୍ମାତା ମଧ୍ୟ ଅକ୍ଷୟଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ନେବାକୁ ନିଷ୍ପତ୍ତି ନେଇଥିଲେ।

BjdElectrycity

କାର୍ତ୍ତିକଙ୍କ ଫିଲ୍ମ ‘ଶୋହଜାଦା’ ଫ୍ଲପ ହେବା ପରେ ଏବେ ‘ହେରା ଫେରି-୩’ରେ ଅକ୍ଷୟଙ୍କୁ ନେବାକୁ  ଭାବୁଛନ୍ତି ନିର୍ମାତା । ତେବେ ‘ହେରା ଫେରି’ର ପୁରୁଣା କଳାକାର ସେମାନଙ୍କର ପୁରୁଣା ଚରିତ୍ରରେ ନଜର ଆସିବେ। ଅର୍ଥାତ୍ ଅକ୍ଷୟ କୁମାର ରାଜୁ, ସୁନୀଲ ଶେଟ୍ଟୀ ଶ୍ୟାମ ଏବଂ ପରେଶ ରାୱଲ ବାବୁ ଭୟା ଭୂମିକାରେ ଅଭିନୟ କରିବେ। ‘ହେରା ଫେରି’ ସିରିଜର ପ୍ରଥମ ଦୁଇଟି ସଫଳତା ପରେ ଏବେ ବି ଫିଲ୍ମର କ୍ରେଜ ଥିବା ଜାଣି ଏହାର ତୃତୀୟ ଭାଗ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟିଂ ଉପରେ କାମ ଚାଲିଛି।

Leave A Reply

Your email address will not be published.