Latest Odisha News

BREAKING NEWS

ଆଇପିଏଲ୍ ଦଳଚକଟା: ‘ମୁଖ୍ୟମନ୍ତ୍ରୀ ଆୟୋଜନ କରିଥିଲେ ଆରସିବି ସେଲିବ୍ରେସନ, ରାଜ୍ୟପାଳଙ୍କୁ ଦେଇଥିଲେ ନିମନ୍ତ୍ରଣ’….

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ଆରସିବି ଆଇପିଏଲ ଟାଇଟେଲ୍ ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘଟିଥିବା ଅଭାବନୀୟ ଘଟଣାରେ ଏବେ ବଡ ଖୁଲାସା ହୋଇଛି । ରାଜଭବନରୁ ସିଧା ଖବର ସାମ୍ନାକୁ ଆସିଛି । ଯେଉଁଥିରେ ସେଲିବ୍ରେସନ କରିବାର ଯୋଜନାର କର୍ଣ୍ଣାଟକ ସରକାର କରିଥିବା ବେଳେ ଏଥିରେ ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କୁ ବିଧାନସୌଧରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା । ଯାହା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବୟାନ ଠାରୁ ସଂମୂର୍ଣ୍ଣ ଅଲଗା । ଯେଉଁଥିରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ସରକାରୀ ଆୟୋଜିତ କାର୍ଯ୍ୟ ନଥିଲା, କି ସେ ଏଥିରେ ଆମନ୍ତ୍ରିତ ନଥିଲେ । ଯାହା ଏବେ ଦଳଚକଟା ଘଟଣାକୁ ସଂପୂର୍ଣ୍ଣ ନୂଆ ଦିଗ ଦେଇଛି ।

ତେବେ ରାଜଭବନରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକ ରାଜ୍ୟପାଳ ଆରସିବି ଖେଳାଳିମାନଙ୍କୁ ରାଜଭବନକୁ ଏକ ସମ୍ବର୍ଦ୍ଧନା ସମାରୋହ ପାଇଁ ନିମନ୍ତ୍ରଣ କରିବାକୁ ଯୋଜନା କରିଥିଲେ, କିନ୍ତୁ ରାଜ୍ୟ ସରକାର ତାଙ୍କୁ ସୂଚନା ଦେଇଥିଲେ ଯେ ଏହି କାର୍ଯ୍ୟକ୍ରମ ବିଧାନ ସୌଧରେ ଅନୁଷ୍ଠିତ ହେବ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣ ବି ମିଲିଥିଲା । ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ବିଧାନ ସୌଧ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରିଥିଲେ ।

ଯାହାକି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୂର୍ବ ବକ୍ତବ୍ୟ, ଯେ “ଏହି ସମ୍ମାନିତ କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲା”, ଠାରୁ ସଂପୂର୍ଣ୍ଣ ଭିନ୍ନ ।  ଯେଉଁଥିରେ ମୁଖ୍ୟମନ୍ତ୍ରୀ କହିଥିଲେ, ଡିପିଆର ଯୋଗାଯୋଗ ପରେ, ମୁଖ୍ୟ ସଚିବ ମୋତେ ପଚାରିଥିଲେ, ଏବଂ ପୋଲିସ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜି ହୋଇଥିଲେ। ସେତେବେଳେ ମୁଁ ସବୁଜ ସଙ୍କେତ ଦେଇଥିଲି। ଏହା ପରେ, କେଏସସିଏର କୋଷାଧ୍ୟକ୍ଷ ଏବଂ ସଚିବ ମୋତେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏହା ମୋ ଦ୍ୱାରା ଆୟୋଜିତ କୌଣସି କାର୍ଯ୍ୟକ୍ରମ ନଥିଲା। ଏହା ସେମାନଙ୍କର କାର୍ଯ୍ୟକ୍ରମ ଥିଲା, ସେମାନେ ରାଜ୍ୟପାଳଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ, ତେଣୁ ମୁଁ ଯୋଗ ଦେଇଥିଲି। ଏହା ବ୍ୟତୀତ, ମୋର କୌଣସି ଭୂମିକା ନଥିଲା ବୋଲି ସାମ୍ବାଦିକମାନଙ୍କୁ କହିଥିଲେ ସିଦ୍ଧରମୈୟା ।

ଏଥିସହିତ ସିଦ୍ଧରମୈୟା ସରକାର ଏହି ଦୁଃଖଦ ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚାହୁଛନ୍ତି । ପୋଲିସ, କେଏସସିଏ ଏବଂ ଆରସିବିକୁ ଏହି କାର୍ଯ୍ୟକ୍ରମର ଅନେକ ବିବରଣୀ ବିଷୟରେ ଅବଗତ କରାଯାଇ ନଥିଲା ବୋଲି କହି ପରୋକ୍ଷରେ କହିଛନ୍ତି, ସେହି ଚିଠି ମୋ ପାଖକୁ କେବେ ପହଞ୍ଚି ନଥିଲା। ଡିପିଆର ବିଭାଗ ଅନୁମତି ଦେଇଥିଲା। ମୋତେ ଅବଗତ କରାଯାଇଥିଲା ଏବଂ କୁହାଯାଇଥିଲା ଯେ ଆଗକୁ ବଢ଼, କିନ୍ତୁ ମୁଁ କେବେ ଏହାକୁ ବିଧାନ ସୌଧଙ୍କ ସମ୍ମୁଖରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇନାହିଁ ବୋଲି ଦାବି କରିଥିଲେ ।

ତେବେ ପୂର୍ବରୁ ରିପୋର୍ଟ ପ୍ରକାଶ  ପାଇଥିଲା ​​ଯେ ବେଙ୍ଗାଲୁରୁ ପୋଲିସ ରବିବାର ଉତ୍ସବ ପାଳନ କରିବାକୁ ପରାମର୍ଶ ଦେଇଥିଲା । କିନ୍ତୁ ସୂତ୍ର ଅନୁସାରେ, ସରକାର ଅନୁରୋଧକୁ ଅଣଦେଖା କରି ସେମାନଙ୍କ ଆଇପିଏଲ ବିଜୟର ପରଦିନ ଆରସିବି ସମ୍ବର୍ଦ୍ଧନା ସମାରୋହ ଜାରି ରଖିଥିଲେ । ଫଳରେ ଏତେବଡ ଅଘଟଣ ଘଟିଗଲା । ହେଲେ ସରକାର ଏହା ମାନିବାକୁ ନାରାଜ ।

ସୂଚନାଯୋଗ୍ୟ, ଜୁନ୍ ୪ରେ ୧୮ ବର୍ଷ ପରେ ଆଇପିଏଲରେ ପ୍ରଥମ ଥର ପାଇଁ ବିଜୟ ପାଇବା ପରେ, ଆରସିବି ଦଳ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ଆୟୋଜିତ ହୋଇଥିଲା । ଦଳର ବିଜୟର ଉତ୍ସବ ପାଳନରେ ଯୋଗଦେବା ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ଷ୍ଟାଡିୟମ ବାହାରେ ଏକତ୍ରିତ ହୋଇଥିଲେ । ହେଲେ ଦୁଃର୍ଭାଗ୍ୟ, ଏତେ ସଂଖ୍ୟକ ଲୋକଙ୍କୁ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିବା ବେଳେ, ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଏଥିରେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ମହିଳା ରହିଥିଲେ । ଏହାପରେ ଦଳଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଥିଲେ କର୍ଣ୍ଣାଟକ ସରକାର । ପୋଲିସ କମିସନରଙ୍କଠାରୁ ପୋଲିସ୍ ଇନଚାର୍ଜ ଯାଏଁ ସବୁ ବଡ଼ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଚନ୍ତି । ଇଭେଣ୍ଟ ମ୍ୟାନେଜମେଂଟର ପ୍ରତିନିଧିଙ୍କୁ ବି ଗିରଫ କରାଯାଇଛି  ।

Comments are closed.