କଳାହାଣ୍ଡି: ସେଲଫି ନେବା ହେଲା କାଳ । ସେଲ୍ଫି ନେବାବେଳେ ଗୋଡ ଖସିଯିବାରୁ ଜଳପ୍ରପାତରେ ପଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରେ । ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମର ଅଭିନାଶ ପରଜା ।
ସୂଚନା ଅନୁସାରେ, ରବିବାର ଅଭିନାଶ ନିଜର ସାଙ୍ଗ ସହ ଡୋକାରିଚଞ୍ଚରା ବୁଲିବାକୁ ଆସିଥିଲେ । ଡୋକରି ଜଳପ୍ରପାତର ୬୦ ଫୁଟ ଉପରୁ ମୋବାଇଲରେ ସେଲ୍ଫି ଉଠାଉ ଥିବା ବେଳେ ଅସାବଧାନତା କାରଣରୁ ଶିଉଳିରେ ଗୋଡ଼ ଖସିଯିବାରୁ ଜଳପ୍ରପାତର ଗଭୀର ପାଣିତଳେ ପଡିଯାଇ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଦୀର୍ଘ ସମୟ ଧରି ତାଙ୍କ ସାଙ୍ଗ ଓ ଅନ୍ୟମାନେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳି ନ ଥିଲା l
ଖବର ପାଇ ଦମକଳ କର୍ମଚାରୀ ଓ ଆମପାଣି ପୋଲିସ ପହଞ୍ଚି ଜଳପ୍ରପାତରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ ।
Comments are closed.