Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀ ଅସୁସ୍ଥ’, ତାଙ୍କୁ ଗୃହବନ୍ଦୀ ରଖାଯାଇଛି ବୋଲି କହିଲେ ଅପରାଜିତା

ଭୁବନେଶ୍ୱର: ପୁଣି ନା ନନେଇ ଟାର୍ଗେଟ୍ କଲେ ଅପରାଜିତା । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ାର ଏକ ସଭାରେ ପୁଣି ଥରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟରେ ନିର୍ବାଚିତ ନେତା, ମନ୍ତ୍ରୀ ସଭାକୁ ଯାଉ ନାହାନ୍ତି କି ଘୋଷଣା କରୁ ନାହାନ୍ତି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବଦଳରେ ସଚିବ ସ୍ତରର ଜଣେ ନିମ୍ନ ସ୍ତରର ଅଧିକାରୀଙ୍କୁ ଦେଖିବାକୁ ଚାହୁଁନୁ । ଏଇଟା ଭୁଲ୍… ।

ମନ୍ତ୍ରୀ, ସାଂସଦଙ୍କ ଦେଖା ନାହିଁ… ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ । ୨୫ ବର୍ଷରେ ଯାହା ହୋଇ ନଥିଲା, ଏବେ ୪ ବର୍ଷ ହେଲା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ମଞ୍ଚରେ କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଚିବ କାହିଁକି ? ମୁଖ୍ୟମନ୍ତ୍ରୀ କାହିଁକି ଘୋଷଣା କରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ ଓ ସାଂସଦ ଛିଡ଼ା ହୁଅନ୍ତୁ । ସେଠାରେ ଘୋଷଣା କରନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ଦିଶିବେ ନାହିଁ, ଜଣେ ନିମ୍ନ ସ୍ତରର ଅଧିକାରୀ ସବୁକିଛି କରିବେ । ତାହେଲେ ଆମ ସମସ୍ତଙ୍କୁ ଆଗକୁ ଆସିବାକୁ ପଡ଼ିବ । ନିର୍ବାଚିତ ପ୍ରତିନିଧି ଆସନ୍ତୁ, ଆଖିରେ ଆଖି ମିଶେଇ କଥା ହୁଅନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଉପରେ ପ୍ରଶ୍ନ କରି ସାଂସଦ ଅପରାଜିତା କହିଛନ୍ତି, ମୋ ଦେହ ଖରାପ ହେଲେ ସମସ୍ତଙ୍କୁ କହିବି ମୁଁ ଆଉ ପାରିବି ନାହିଁ । ଆଉ ଜଣେ କେହି ଆସନ୍ତୁ, କରନ୍ତୁ । କିନ୍ତୁ ଏବେ ରାଜ୍ୟରେ ପ୍ରୋକ୍ସି ଚାଲିଛି, ରିମୋଟ କଣ୍ଟ୍ରୋଲ୍ ହେଉଛି ।

ମୁଖ୍ୟମନ୍ତ୍ରୀ କିଏ ? ଦେହ ଖରାପ ଅଛି କି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଯିଏ ଜାପାନ ଯାଇ ପାରୁଛନ୍ତି ସେ କଣ ଭଦ୍ରକ ଓ ବରଗଡ଼ ଯାଇ ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ବ୍ୟକ୍ତିଗତ ସଚିବଙ୍କୁ ପଠାଇ କାର୍ଯ୍ୟ କରିବା ଅସମ୍ମାନ ବୋଲି କହିଛନ୍ତି ଅପରାଜିତା । ଏହା ଓଡ଼ିଆଙ୍କ ଆତ୍ମସମ୍ମାନର ପ୍ରଶ୍ନ । ବ୍ୟକ୍ତିଗତ ସଚିବଙ୍କ ଉପରେ ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଅଛନ୍ତି । ସେମାନେ ବି କିଛି କରି ପାରୁନାହାନ୍ତି ବୋଲି ସାଂସଦ କହିଛନ୍ତି । ତେବେ ଅପରାଜିତାଙ୍କ ଅଭିଯୋଗ ନେଇ ଶାସକ ବିଜେଡିର ପ୍ରତିକ୍ରିୟା ମିଳି ନାହିଁ ।

Leave A Reply

Your email address will not be published.