ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓ ସଂକ୍ରମିତ ଲୋକଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଲୋକସଭା ଭବନରେ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ପ୍ରାଥମିକ ସ୍ତରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତ୍ୟେକ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ବର୍ତ୍ତମାନ ସୁଦ୍ଦା ୭୮୮୧ ଅକ୍ସିଜେନ ବେଡ ପ୍ରସ୍ତୁତ ଅଛି । ସେହିପରି ୨୦୨୪ ଆଇସିୟୁ ବେଡ ରହିଥିବା େବେଳ ଶିଶୁଙ୍କ ପାଇଁ ୧ ହଜାର ବେଡ ଓ ୮୭୪ ଟି ଭେଣ୍ଟିଲେଟର ବେଡ ପ୍ରସ୍ତୁତ ଅଛି । ୯୭ ପ୍ରତିଶତ ସଂକ୍ରମିତ ଘରେ ଚିକିତ୍ସିତ ହେଉଥିବା ବେଳେ ୩ ପ୍ରତିଶତ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା, ଉନ୍ନୟନ କମିସନର ପ୍ରଦୀପ ଜେନା, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed.