ଭୁବନେଶ୍ବର: ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ ଅତି ଭୟଙ୍କର ଅବସ୍ଥାରେ ରହିଛି । ଭୁବନେଶ୍ବରରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଏମସି ପକ୍ଷରୁ ଡେଙ୍ଗୁ ରୋକିବାକୁ ପ୍ରୟାସ ଜାରି ରହିଛି । ତଥାପି ଲୋକେ ଡେଙ୍ଗୁ କବଳର ଶିକାର ହେଉଛନ୍ତି ।
ଏହାରି ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସେପଟେ ବିଡିଏ ଭାଇସ୍ ଚେୟାରମ୍ୟାନ ବଲଓ୍ବନ୍ତ ସିଂ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।
Comments are closed.