Latest Odisha News

BREAKING NEWS

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀ ରୁ ତାଳଚେରକୁ କରାଯାଇଛି ଟ୍ରାଏଲ ରନ୍

ପୁରୀ: ଦ୍ଵିତୀୟ ଥର ପାଇଁ ଓଡିଶାରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ ତାଳଚେର ମଧ୍ୟରେ କରାଯାଇଛି ଟ୍ରାଏଲ ରନ୍ । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିଥିଲା ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରେ ବାହାରି ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚି ଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନର ଚଳପ୍ରଚଳ ଦ୍ଵାରା ଉପକୃତ ହେବେ ପଶ୍ଚିମ ଓଡ଼ିଶାବାସୀ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଓଡିଶାରେ ମେ ୧୮ ତାରିଖରେ ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍କପ୍ରେସ । ପୁରୀ-ହାୱଡା ଯାତାୟତ ନିମନ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭର୍ଚ୍ଚୁଆଲ ମୋଡରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ପତାକା ଦେଖାଇ ଲୋକାର୍ପଣ କରିଥିଲେ ।

 

Leave A Reply

Your email address will not be published.