Latest Odisha News

BREAKING NEWS

ରହସ୍ୟମୟ ଗାଁ, ଏହି ଗାଁକୁ ଯିଏ ଯାଇଛି ସେ ଆଉ ଫେରିନାହିଁ

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯାହା ପଛରେ ଲୁଚି ରହିଥାଏ ଅନେକ ଗୁଡିଏ ରହସ୍ୟ । ଯାହାକୁ ଶୁଣିଲେ ମଣିଷ ନିଜେ ନିଜକୁ ବି ବିଶ୍ୱାସ କରିପାରେନି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ କଥା କହିବୁ ଯାହାକୁ ଶୁଣିଲେ ଆପଣ ବି କହିବାକୁ ଲାଗିବେ ସତରେ କ’ଣ ଏମିତି ହୋଇ ପାରେ । ହଁ ଆଜ୍ଞା । ଆମେ କହୁଥିବା ରହସ୍ୟମୟୀ ଗାଁଟି ଋଷ ଦେଶର ଓସଟିଆରେ ରହିଛି । ଯୋଉ ଗାଁକୁ ଆଜି ପର୍ଯ୍ୟନ୍ତ ଯିଏ ଯାଇଛି ସେ ଆଉ କେବେ ଫେରି ନାହିଁ । ସେ ଗାଁ ର ନାଁ ହେଉଛି ଦର୍ଗାଭସ୍ |

ଏହି ଗାଁକୁ ଲୋକେ ‘ମୃତ୍ୟୁର ଗାଁ’ ବୋଲି କୁହନ୍ତି । ଏହି ଭୟ ଓ ଲୋକ କଥାକୁ ନେଇ ସେହି ଗାଁକୁ କେବେ କେହି ଯାଆନ୍ତି ନାହିଁ । ଏହି ଗାଁଟି ଏକ ପଥର ପାହାଡ ଶିଖରରେ ରହିଛି । ଯୋଉଠି ୯୯ ଟି ଘର ରହିଛି । କୁହାଯାଏ ଏହି ଗାଁଟି ୧୬ ଶହ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଧଳା ପଥରରେ ତିଆରି ହୋଇଛି ଏହି ଗାଁରେ ଥିବା ସମସ୍ତ ଘର । ଆଉ ସେହି ଘର ଭିତରେ ପୋତା ହୋଇଛି ନରକଙ୍କାଳ । ରାତି ହେଲା ମାତ୍ରେ ସେହି ଘର ଭିତରୁ ଶୁଭେ ବିକଟାଳ ସ୍ଵର । ଏହି ଘର ମାନଙ୍କ ମଧ୍ୟରୁ ଅନେକ ଘର ୪ମହଲା ବିଶିଷ୍ଠ । କୁହାଯାଏ ଏହା ଇସାରତ ପରିବାର ସହିତ ଜଡିତ । ପଡୋଶି ଲୋକ ମାନଙ୍କ କହିବା କଥା ଅନୁସାରେ ସେଠାରେ କେବଳ ମାଳ ମାଳ ଖପୁଡି ଦେଖିବାକୁ ମିଳେ । ଆଜି ପର୍ଯ୍ୟନ୍ତ ଯିଏ ଥରେ ସେଠାକୁ ଯାଇଛି ସେ ଆଉ ଫେରିନି ।

ରୁଷିଆନ୍ ଆଣ୍ଡ ଇଉରୋପିଆନ୍ ଷ୍ଟଡିଜର ପ୍ରଫେସରଙ୍କ କହିବା କଥା ଅନୁସାରେ, ଗିଲେଜନଟ୍ ନଦୀ ପାଖରେ ଏହି ଜନବସତି ଗଢି ଉଠିଥିଲା । ସେମାନେ ଯେଇଁ ଘର ସବୁ ତିଆରି କରିଥିଲେ ତାହା ଆଗରେ ଗୋଟିଏ ଲେଖାଏଁ କୂଅ ଥିଲା । ଘର ଚାରିପାଖରେ ଶବ ଗୁଡିକ ପୋଟା ଯାଇଥିଲା । ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କଥା ହେଲା ଏହି ସ୍ଥାନକୁ ଯିବା ଏତେ ସହଜ ନୁହେଁ । ଏଠାକୁ ଯିବାକୁ ଥିବା ରାସ୍ତା ମଧ୍ୟ ବଡ ଅତି ଭୟଙ୍କର । ପାହାଡ କଡେ କଡେ ଏଠାକୁ ଯିବାକୁ ହୁଏ । ପାଖାପାଖି ୭ ରୁ ୮ ଘଣ୍ଟା ସମୟ ଲାଗିଥାଏ ଏଠାକୁ ଯିବାକୁ । ଏହି ସ୍ଥାନକୁ ଯାଇଥିବା କିଛି ପର୍ଯ୍ୟଟକଙ୍କ କହିବା କଥା ହେଲା ଏହି ସ୍ଥାନ ସମ୍ପର୍କରେ ସୂଚେଇବା ପାଇଁ କେହି ବି ଗାଇଡ୍ ମିଳନ୍ତି ନାହିଁ । ଏତେ ସବୁ ରହସ୍ୟ ଲୁଚି ରହିଥିବା ଏହି ଗାଁକୁ ଲୋକମାନେ ବୋଧ ହୁଏ ସେଇଥିପାଇଁ କୁହନ୍ତି ଏହି ଗାଁ “ମୃତ୍ୟୁର ଗାଁ”।

 

Leave A Reply

Your email address will not be published.