Latest Odisha News

BREAKING NEWS

ଆଉ କିଛି ସମୟ ପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଉ କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦିନ ୧୨ଟାରେ ସେ ପ୍ରେମସିଟରେ ସୂଚନା ଦେବେ । କଣ କହିବେ ମୁଖ୍ୟ ଶାସନ ସଚିବ ତାଉପରେ ସମସ୍ତଙ୍କର ନଜର ରହିଛି ।

ଏବେ ରାଜ୍ୟରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଦୈନିକ କେସ୍ ଶହେରୁ ଦୁଇ ଶହ ଭିତରେ ରହୁଛି । ସଂକ୍ରମଣ କମୁଥିବାରୁ କଟକଣା କୋହଳ କରିଛନ୍ତି ସରକାର। ନାଇଟ୍ କର୍ଫ୍ୟୁ ବି ଉଠିଛି । କରୋନା କଟକଣା ଉପରେ କିଛି କହିପାରନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି ପରୀକ୍ଷା ନେଇ କିଛି କହିପାରନ୍ତି ମୁଖ୍ୟ ଶାସନ ସଚିବ । କେମିତି ଓ କେବେଠାରୁ କେମିତି ପରୀକ୍ଷା ହେବ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ।

Comments are closed, but trackbacks and pingbacks are open.