Latest Odisha News

BREAKING NEWS

ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀକୁ ଡେଇଁଲେ ଯୁବକ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକଙ୍କୁ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସକାଳ ପ୍ରାୟ ୯ଟା ବେଳେ ଯୁବକ ଜଣଙ୍କ ସାଇକେଲ୍‌ରେ ଆସିଥିଲେ । ସିଧାମଳା ବ୍ରିଜ୍ ଉପରେ ସାଇକେଲ୍ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । ବ୍ରିଜ ଉପରେ ଉପସ୍ଥିତ ଥିବା ଲୋକ ଏନେଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ତା’ର କାରଣ ଜଣାପଡ଼ିନାହିଁ ।

Comments are closed, but trackbacks and pingbacks are open.