Latest Odisha News

BREAKING NEWS

ପ୍ରତିକୂଳ ପାଗ ଯୋଗୁଁ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗୀର ଗ୍ରସ୍ତ ବାତିଲ

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ତ୍ରୀପାଠିଙ୍କ ସମେତ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏବଂ ଗୃହ ଉନ୍ନୟନ ବିଭାଗ କମିଶନର ତଥା ସଚିବ ଜି ମାଥିବର୍ଦ୍ଧନ ଜିଲ୍ଲାର ବିକାଶ ବ୍ୟବସ୍ଥା ତଥା ସମ୍ଭାବ୍ୟ ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥା’ନ୍ତେ ।

ତେବେ ପରେ ଏହି ଟିମ୍ ଏକ ଏୟାରକ୍ରାଫ୍ଟ୍ ଯୋଗେ ବଲାଙ୍ଗୀର ଅଭିମୁଖେ ଯାଇଥିବାବେଳେ ପ୍ରତିକୂଳ ପାଗ ଯୋଗୁଁ ବଲାଙ୍ଗୀର ସହରରେ ଅବତରଣ କରିନପାରି ଭୁବନେଶ୍ୱର ଫେରିଆସିଥିଲା।

Comments are closed.