Latest Odisha News

BREAKING NEWS

ଝାରସୁଗୁଡା: ମେସିନରେ ଚାପି ହୋଇ ଶିଶୁ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ନିକଟସ୍ଥ ବରଙ୍ଗାମାଲ ଗ୍ରାମରେ ଶୁକ୍ରବାର ମେସିନରେ ଚାପି ହୋଇ ଏକ ଶିଶୁର ମୃତ୍ୟୁ ଭଳି ଦୁଃଖଦ ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଣେ ବ୍ୟକ୍ତି ଧାନ ମଡ଼ା ମେସିନରେ କାମ କରୁଥିବାବେଳେ ନିକଟରେ ଖେଳୁଥିବା ୪ ବର୍ଷୀୟ ଶିଶୁଟି ଦୁର୍ଭାଗ୍ୟବଶତଃ ମେସିନରେ ଚାପି ହୋଇ ଯାଇଥିଲା । ପରବର୍ତ୍ତୀ ସମୟରେ ଶିଶୁଟକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପକ୍ଷରେ ହସ୍ପିଟାଲରେ ଡାକ୍ତର ସମ୍ପୃକ୍ତ ଶିଶୁଟିକୁ ମୃତ ଘୋଷଣା କରିଥିବା ନେଇ ସୂଚନା ମିଳିଥିବାବେଳେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶିଶୁଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.