Latest Odisha News

BREAKING NEWS

ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ୧୯୯ ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବାବେଳେ ତେଲେଙ୍ଗାନାର ୧୧୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।

ଆହୁରି ମଧ୍ୟ କୌଣସି ଅପ୍ରୀତିକର ପରସ୍ଥିତି ସୃଷ୍ଟିକୁ ନଜରରେ ରଖି କଡ଼ା ସୁରକ୍ଷା ବଳୟରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ନକ୍ସଲ ପ୍ରଭାବିତ ଆସନରେ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ଆସନରେ ସନ୍ଧ୍ୟା ୫ଟା ଯାଏଁ ମତଦାନ ଜାରି ରହିବା ନେଇ ସୂଚନା ମିଳିଛି।

ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨,୨୭୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବାବେଳେ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ, କଂଗ୍ରେସ-ଟିଡିପି ମେଣ୍ଟ ଓ ବିଜେପି ମଧ୍ୟରେ ମୁକାବିଲ ହେଉଛି ।

ଅନ୍ୟପକ୍ଷରେ ଏହି ଦୁଇ ରାଜ୍ୟରେ ସକାଳୁ ମତଦାନ ଆରମ୍ଭ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ତେଲେଙ୍ଗାନାରେ ୨୩.୪% ମତଦାନ ହୋଇଥିôବାବେଳେ ରାଜସ୍ଥାନରେ ୨୨% ପ୍ରତଦାନ ହୋଇଥିବା ନେଇ ଜଣାପଡିଛି ।

ରାଜସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ୧,୪୪,୯୪୧ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ ତେଲେଙ୍ଗାନାରେ ୧,୬୦.୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ସମସ୍ତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଗାମୀ ଡିସେମ୍ବର ୧୧ ତାରିଖରେ ପ୍ରକାଶ ପାଇବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.