Latest Odisha News

BREAKING NEWS

୪୦ ଫୁଟ ଗଭୀର ବୋରୱେଲରେ ଫସିଛି ଶିଶୁ

ନୂଆଦିଲ୍ଲୀ:  ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ ।  କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି । ବୋରୱେଲକୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ  ଉଦ୍ୟମ ଜାରି ରହିଛି ।

ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓ ଦିଲ୍ଲୀ ପୁଲିସ୍   ନିୟୋଜିତ ରହିଛନ୍ତି ।

ମିଳିଥିବା ସୂଚନାଅନୁସାରେ, ରାତି ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଶିଶୁଟି ଫସି ରହିଥିବା ବୋରୱେଲର ଗଭୀରତା ୪୦ ଫୁଟ ରହିଥିବା ବେଳେ ବ୍ୟାସ ୧.୫ ଫୁଟ୍ ରହିଛି ।   ଏନଡିଆରଏଫ ଇନ୍ସପେକ୍ଟର  ପ୍ରତାପ ସିଂଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।  ତେବେ ଶିଶୁଟି ଫସି ରହିଥିବା ବୋରୱେଲ ସହିତ ସମାନ୍ତରାଳ ଭାବରେ ଆଉ ଏକ ବୋରୱେଲ ଖୋଳି  ଶିଶୁକୁ ଉଦ୍ଧାର କରାଯିବାକୁ ଯୋଜନା କରାଯାଉଛି ।

Leave A Reply

Your email address will not be published.