ଭୁବନେଶ୍ୱର: ହସ୍ପିଟାଲରୁ ଛୁଆ ଚୋରି । ଗୁରୁବାର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୭ ମାସର ଶିଶୁପୁତ୍ର ଚୋରି ପରେ ପୋଲିସ ସତର୍କ କରାଇଛି । ଶିଶୁ ଚୋରି କରିବା ଏକ ଅମାନବୀୟ ଘଟଣା ବୋଲି କହିଛି ପୋଲିସ । ଏଥିସହ ଶିଶୁ ଚୋରି କରିବା ଭଳି ହୀନ ମାନସିକତା ଠାରୁ ଦୂରେଇ ରହିବାକୁ ପୋଲିସ ଚେତାବନୀ ଦେଇଛି ।
ଶିଶୁ ଚୋରି କରିବା ଏକ ଅମାନବୀୟ ଘଟଣା।
ନବଜାତକ ଶିଶୁଟି ପ୍ରତି ପିତାମାତା ଏବଂ ସମ୍ପର୍କୀୟଙ୍କର ଅନାବିଳ ସ୍ନେହ ରହିଥାଏ । ଶିଶୁଟିଏ ଚୋରି ହୋଇଗଲେ ପିତାମାତା ଏବଂ ସମ୍ପର୍କୀୟମାନେ ଗଭୀର ମାନସିକ ଆଘାତ ପାଇଥାନ୍ତି । ତେଣୁ ଶିଶୁ ଚୋରି କରିବା ଭଳି ହୀନ ମାନସିକତା ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ଓଡ଼ିଶା ପୋଲିସ ଦ୍ୱାରା ଜନହିତରେ ଜାରି । pic.twitter.com/6ud4BCf4ey— Odisha Police (@odisha_police) September 23, 2022
ଗୁରୁବାର ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରୁ ଏକ ୭ ମାସର ଛୁଆ ଚୋରି ହୋଇଥିଲା । ଛୁଆ ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଛୁଆ ଚୋରିର ପ୍ରାୟ ୪ ଘଣ୍ଟା ପରେ ଦୁଇ ଜଣ ମହିଳା ଛୁଆଟିକୁ ଆଣି ମେଡିକାଲରେ ହସ୍ତାନ୍ତର କରିଥିଲେ । ସିସିଟିଭିରେ ରେକର୍ଡ ଦୃଶ୍ୟ ଅନୁଯାୟୀ ଜଣେ ପ୍ୟାଣ୍ଟସାର୍ଟ ପିନ୍ଧା ପୁରୁଷ ଛୁଆଟିକୁ ନେଇ ଯାଉଥିଲେ ।
ତେବେ ମହିଳା ୨ ଜଣ ଛୁଆକୁ କେଉଁଠୁ ପାଇଲେ । ସେହି ବ୍ୟକ୍ତି ଜଣଙ୍କ ଠାରୁ ଛୁଆକୁ ପାଇଥିଲେ କି ମହିଳା ? ନା ଆଉ କାହାଠାରୁ ପାଇଲେ । ଏନେଇ ପୋଲିସ ୨ ମହିଳାଙ୍କୁ ପଚରାଉଚରା କରୁଛି । ତେବେ ମେଡିକାଲରୁ ପିଲା ଚୋରି ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
Comments are closed.