Latest Odisha News

ଗ୍ୟାଙ୍ଗଷ୍ଟାର ମାମଲାରେ ମୁଖତାର ଅନ୍ସାରୀ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ମୁଖତାର ଅନ୍ସାରୀଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଏହି ବାହୁବଳୀ ନେତା ଗ୍ୟାଙ୍ଗଷ୍ଟାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବ୍ରାଂଚ ତାଙ୍କୁ ୫ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ପୂର୍ବରୁ ୩ ଦିନ ମଧ୍ୟରେ ମୁଖତାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୩ ବର୍ଷ ତଳର ଏକ ପୁରୁଣା ମାମଲାରେ ବିଚାରପତି ଦୀନେଶ କୁମାର ସିଂଙ୍କ ଏକକ ବେଂଚ ଏହି ଶୁଣାଣୀ କରିଛନ୍ତି । ୧୯୯୯ହେର ହଜରତଗଂଜ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ସେ ଜେଲରେ ଥିବା ବେଳେ କିଛି ଲୋକ ତାଙ୍କୁ ଭେଟିବାକୁ ଆସିଥିଲେ । ଜେଲର ଏସକେ ଅଭସ୍ତୀ ଏହାକୁ ବିରୋଧ କରିବା ଯୋଗୁ ମୁଖତାର ରାଗି ଯାଇଥିଲେ । ସେ ଜଣଙ୍କ ପାଖରୁ ରିଭଲଭର ନେଇ ଜେଲରଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ । ମୁଖତାରଙ୍କ ବିରୋଧରେ ୫୯ଟି ମାମଲା ରହିଛି । ଅଧିକାଂଶ ମାମଲା ଗାଜିପୁର ଜିଲ୍ଲାରେ ରୁଜୁ ହୋଇଥିଲା । ୩୪ ବର୍ଷ ପରେ କୌଣସି ଏକ ବାହୁବଳୀଙ୍କୁ ଦଣ୍ଡିତ କରାଯାଇଛି ।

Leave A Reply

Your email address will not be published.