Latest Odisha News

୧୪ ଦିନ ପାଇଁ ପୂରା ଲକଡାଉନ୍ ହେବ କର୍ଣ୍ଣାଟକ

କର୍ଣ୍ଣାଟକ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା। ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ମୁକାବିଲା ପାଇଁ ଲକଡାଉନ ସାଙ୍ଗକୁ କର୍ଫ୍ୟୁ ବି ଲାଗୁ ହୋଇଛି । ତେବେ କର୍ଣ୍ଣାଟକରେ ମାମଲା ବଢୁଥିବାରୁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା । ୧୪ ଦିନ ପାଇଁ କର୍ଣ୍ଣାଟକକୁ ପୂରା ଲକଡାଉନ ଘୋଷଣା କରାଯାଇଛି । ଆସନ୍ତା ମେ ୧୦ ତାରିଖରୁ ଏହି ନିୟମ ଲାଗୁ ହେବ ।

ମହାମାରୀ ବିରୋଧରେ ରାଜ୍ୟରେ ଲାଗୁ ହୋଇଥିବା କର୍ଫ୍ୟୁ ସଫଳ ହେଉନଥିବା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ତେଣୁ ଏବେ ପୂରା ରାଜ୍ୟରୁ ୧୪ ଦିନ ପାଇଁ ଲକଡାଉନ କରାଯିବ । ଏହି ସମୟରେ ସମସ୍ତ ହୋଟେଲ ବନ୍ଦ ରହିବ । ଠେଲା ଦୋକାନଳ ମାଂସ, ପନିପରିବା ଦୋକାନ ସକାଳ ୬ଟାରୁ ୧୦ଟା ଯାଏଁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଖୋଲା ରହିବ ।

ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗୁ ହେଉଥିବାରୁ ପ୍ରବାସୀ ଶ୍ରମିକମାନେ ରାଜ୍ୟ ଛାଡ଼ିନଯିବା ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ପରାମର୍ଶ ଦେଇଛନ୍ତି । ଲକଡାଉନ ସମୟରେ ଯଦି କୌଣସି ବ୍ୟକ୍ତି ନିୟମର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ଏଥିସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ସେହିପରି ଯଦି ଲୋକେ କାଭିଡ ନିୟମ ନମାନ୍ତି, ତେବେ ଆଗକୁ ଆହୁରି କଡ଼ା ପଦକ୍ଷେପ ନିଆଯିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.