Latest Odisha News

BREAKING NEWS

ଚିଲିକାକୁ ଏବର୍ଷ ଆସିଛନ୍ତି ଲକ୍ଷେ କମ୍ ପକ୍ଷୀ

ବାଣପୁର(ଖୋର୍ଦ୍ଧା): ଚଳିତବର୍ଷ ଚିଲିକାରେ କମିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଏବର୍ଷ ପାଖାପାଖି ଲକ୍ଷେ କମ୍ ପକ୍ଷୀ ଆସିଛନ୍ତି । ଗତକାଲି ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାରେ ମୋଟ୍ ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଗଣନାକୁ ଜଣାପଡିଛି । ଏମାନଙ୍କ ଭିତରେ ଅଛନ୍ତି ୧୮୩ ପ୍ରଜାତିର ପକ୍ଷୀ । ଗତବର୍ଷ ୧୯୦ଟି ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଚିଲିକାରେ ଥିଲେ ।

ବିଦେଶାଗତ ପକ୍ଷୀ ସଂଖ୍ୟାରେ ଏଥର ୧ ଲକ୍ଷ ୬୮ ହଜାର ହ୍ରାସ ପାଇଛି । ପକ୍ଷୀ ଅଭୟାରଣ୍ୟ କୁହାଯାଉଛିବା ନଳବନରେ ୩ ଲକ୍ଷ ୫୮ ହଜାର ୮୮୯ଟି ପକ୍ଷୀ ରହିଛନ୍ତି । ନଳବଣରେ ଚଳିତ ବର୍ଷ ଗୋଟିଏ ନୂଆ ପ୍ରଜାତିର ପକ୍ଷୀ ମଙ୍ଗୋଲୟୋଡଗଲ ଦେଖାଯାଇଛି ।

ସବୁଠାରୁ ଅଧିକ ସଂଖ୍ୟକ ପକ୍ଷୀ ପ୍ର‌ିଣ୍ଟେଲ୍ (୧ ଲକ୍ଷ ୭୨ ହଜାର ୨୮୫) ଆସିଛନ୍ତି ଚିଲିକା । ଦ୍ୱିତୀୟ ସ୍ଥାନରେ ଗାଡୱାଲ (୧ ଲକ୍ଷ ୫୩ ହଜାର ୯୮୫) ଥିବା ବେଳେ ୱିଜନ୍‌ (୧ ଲକ୍ଷ ୫୦ ହଜାର ୮୪୩) ତୃତୀୟ ସ୍ଥାନରେ ରହିଛି । ଚଳିତବର୍ଷ ୨୧ଟି ଟିମ୍ ଚିଲିକାରେ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.