Latest Odisha News

BREAKING NEWS

ମାର୍କେଟ ବିଲ୍ଡିଂ ବନ୍ଦ, ଆଜି ବିଏମସି ଓ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ବିବାଦ ମଧ୍ୟରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ ହେଲା । ଆଜି ୧୧ଟାରେ ବ୍ୟବସାୟୀ ସଂଘ, ବିଏମସି ଅଧିକାରୀ ଓ ପୋଲିସ ମଧ୍ୟରେ ଆଲୋଚନା ହେବ । ଏହାପରେ ମାର୍କେଟ ବିଲ୍ଡିଂ ଖୋଲିବ କି ନାହିଁ ନିଷ୍ପତ୍ତି ନିଆଯିବ ।

ଉଠାଦୋକାନୀଙ୍କ ଦୌରାତ୍ମ୍ୟ ପାଇଁ ସଂଘ ଏହିଭଳି ପଦକ୍ଷେପ ନେଇଛି ବୋଲି କୁହାଯାଇଛି । ମାର୍କେଟ ବିଲ୍ଡିଂର ମଝିରେ ଥିବା ଫୁଟପାଥ ରାସ୍ତା ଉପରେ ଏହି ଉଠାଦୋକାନୀ ଜୋରଜବରଦସ୍ତ ବ୍ୟବସାୟ କରି ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ବାଇକ ପାର୍କିଂକୁ ନେଇ ଉଠାଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ବିଏମସି ଅଧିକାରୀ ଓ କ୍ୟାପିଟେଲ ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବ୍ୟବସାୟୀ ସଂଘ ଗତକାଲି ଅପରାହ୍ନ ୨ଟାପରଠାରୁ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିଦେଇଥିଲେ ।

Leave A Reply

Your email address will not be published.