Latest Odisha News

BREAKING NEWS

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ନଭେମ୍ବର ୧୩ରେ ଜଳପରୀଙ୍କ ସନ୍ତରଣ

ଭୁବନେଶ୍ୱର : ଶୀତଋତୁରେ ଏସିଆର ବୃହତ୍ତମ ହ୍ରଦ ଚିଲିକାକୁ ଦେଶ ବିଦେଶରୁ ନାନା ଜାତି ପ୍ରଜାତିର ପକ୍ଷୀ ଉଡ଼ି ଆସନ୍ତି ଏବଂ ଶୀତ ଦୁଇ ମାସ ପରେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଚିଲିକା ହ୍ରଦ ର ବାତାବରଣ ଭିତରେ ସେମାନଙ୍କର ଏହି ଦୁଇ ମାସର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସାରା ବିଶ୍ୱକୁ ଅନେକ ସନ୍ଦେଶ ଦେଇଯାଏ।

ଏହି ପକ୍ଷୀମାନେ ଆସୁଥିବା ଦେଶଗୁଡ଼ିକ ପରସ୍ପର ମଧ୍ୟରେ ସଂଘର୍ଷ କରୁଥିବା ସମୟରେ ସେହି ଦେଶର ପକ୍ଷୀମାନେ ଏଠାରେ ଏକାଠି ରହି ବିଶ୍ୱ ବନ୍ଧୁତାର ବାର୍ତ୍ତା ଦେଇଥାନ୍ତି ଏବଂ ଓଡ଼ିଶା ମାଟିରେ ଥିବା ଏହି ଈଶ୍ୱରୀୟ ପ୍ରଭାବର ବାର୍ତ୍ତା ଦେଇଥାନ୍ତି।ସନାତନ ସଂସ୍କୃତିର ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବାଣ୍ଟିଥାନ୍ତି।

ଆମ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଏହି ନୀରବ ପ୍ରଚାରକ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଭାରତର ଜଳପରୀ ଭାବେ ପରିଚିତ ୧୪ବର୍ଷୀୟା ଦିବ୍ୟାଙ୍ଗିନୀ ବାଳିକା ସୁଶ୍ରୀ ଜିୟା ରାୟ ଆଗାମୀ ନଭେମ୍ବର ୧୩ ତାରିଖରେ ଚିଲିକାରେ ଦୀର୍ଘ ସାତ ଘଣ୍ଟା ଧରି ସନ୍ତରଣ କରିବେ। ବିଗତ ଦିନରେ ଏହି ଦିବ୍ୟାଙ୍ଗିନୀ ବାଳିକା ଶ୍ରୀଲଙ୍କାରୁ ଭାରତ ୨୯ କିଲୋମିଟର ବ୍ୟାପ୍ତ ପ୍ରଣାଳୀରେ ସନ୍ତରଣ କରିଥିଲେ।

ଏହାସହିତ ୧୭ ଫେବ୍ରୁଆରୀ ୨୦୨୧ରେ ମୁମ୍ବାଇର ୱର୍ଲି ସମୁଦ୍ରତଟରୁ ଗେଟୱେ ଅଫ ଇଣ୍ଡିଆ ପର‌୍ୟ୍ୟନ୍ତ ଖୋଲା ସମୁଦ୍ରରେ ସନ୍ତରଣ କରି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଥିଲେ। ତତ୍ସହିତ ସବୁଠାରୁ କମ ବୟସର ଜଣେ ଦିବ୍ୟାଙ୍ଗିନୀ ବାଳିକା ଭାବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଦେଶର  ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଙ୍କ ଦ୍ଵାରା “ମନକୀ ବାତ” ରେ ଉଚ୍ଚପ୍ରଶଂସିତ ହୋଇଥିଲେ ଏବଂ ଭାରତ ସରକାରଙ୍କ ପକ୍ଷରୁ୨୦୨୨ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

ଏହି ବିଶ୍ଵ ପ୍ରସିଦ୍ଧ ଦିବ୍ୟାଙ୍ଗିନୀ ବାଳିକା ଜିୟା ରାୟଙ୍କ ଚିଲିକା ବକ୍ଷରେ ସନ୍ତରଣ କରିବା ସମଗ୍ର ଓଡ଼ିଶା ପାଇଁ ଏକ ଗୌରବର ବିଷୟ। ଭେଟେରାନ୍ସ କ୍ଲବ ଓଡ଼ିଶା ଏବଂ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇଏନଏସ୍ ଚିଲିକାର ମିଳିତ ଆନୁକୂଲ୍ୟରେ ଏହି ଅନ୍ତରାଷ୍ଟ୍ରୀୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଭେଟେରାନ୍ସ କ୍ଲବ ଓଡ଼ିଶାର ଅଧ୍ୟକ୍ଷ ଭେଟେରାନସ ବିଦ୍ୟାଧର ନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଦିବ୍ୟାଙ୍ଗିନୀ ବାଳିକା ଜିୟା ରାୟଙ୍କ ପିତା  ମଦନ ରାୟ ଏହି ଐତିହାସିକ କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଉପସ୍ଥିତି କାମନା କରିଛନ୍ତି।

Leave A Reply

Your email address will not be published.