Latest Odisha News

BREAKING NEWS

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ତାଳଚେର ବନ୍ଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଓକିଲ ଓ ଆଇନଜୀବୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଅଭିଯୋଗ ଅନୁସାରେ, ଓକିଲ ସଂଘ ସଭାପତି ସନ୍ତୋଷ ସାହୁଭ୍କ ସହ ଅନ୍ୟ ଆଇନଜୀବୀଙ୍କ ନାଁରେ ଗତ ମାସ ୨୬ ତାରିଖରେ ଏକ ମାମଲା ହୋଇଥିଲା । ଯାହାକୁ ମିଥ୍ୟା କହିବା ସହ ପ୍ରତିବାଦରେ ୨୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଆଇନଜୀବୀ ।

ଓକିଲଙ୍କ ନାଁରେ ହୋଇଥିବା ମାମଲାରୁ ପ୍ରତ୍ୟାହାର କରିବା ସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ ଅଧିକାରୀଙ୍କୁ ବଦଳି ଦାବି କରି ଓକିଲ ସଂଘ ଆନ୍ଦୋଳନ କରିଥିଲା । ଫଳରେ କୋର୍ଟ କାର୍ଯ୍ୟ ହୋଇ ନ ପାରିବା ସହ ଅସୁବିଧାରେ ପଡ଼ିଥିଲେ ଲୋକେ ।

ଶୁକ୍ରବାର ଓକିଲ ସଂଘ ପକ୍ଷରୁ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ବେଳେ ତାଳଚେରର ସ୍କୁଲ, କଲେଜ ଓ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିଥିବା ବେଳେ ଅନ୍ଯ ଅନୁଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଓକିଲ ସଂଘ ।

Leave A Reply

Your email address will not be published.