Latest Odisha News

BREAKING NEWS

ଚୀନର କୃତ୍ରିମ ସୂର୍ଯ୍ୟ ଦ୍ୱାରା ପୁନର୍ବାର ବିଶ୍ୱରେକର୍ଡ

ବେଜିଂ: ଚୀନର କୃତ୍ରିମ ସୂର୍ଯ୍ୟ ପୁନର୍ବାର ବିଶ୍ୱରେକର୍ଡ ସ୍ଥାପନ କରିଛି । ଏକ୍ସପେରିମେଂଟାଲ ଆଡଭାନ୍ସ ସୁପରକଣ୍ଡକଟିଙ୍ଗ ଟୋକମାକ ନାମକ ଏହି କୃତ୍ରିମ ସୂର୍ଯ୍ୟ ୭ ମିନିଟ ପର୍ଯ୍ୟନ୍ତ ଅତ୍ୟଧିକ ଉତପ୍ତ ଓ କଂଟେଟେଡ ପ୍ଲାଜାମା ପ୍ରସ୍ତୁ କରିଛି । ପ୍ଲାଜାମର ଉତାପ ୧୦ କୋଟି ଡିଗ୍ରୀ ସେଲସିୟସ ରହିଥିଲା । ଏହା ପୂର୍ବରୁ ଏ ଭଳି ପ୍ଲାଜମା କେବଳ ସୂର୍ଯ୍ୟଙ୍କ ନିକଟରେ ଦେଖିବାକୁ ମିଳୁଥିଲା । ଏହି ପରୀକ୍ଷଣ ପରେ ବିଶ୍ୱକୁ ଏକ କ୍ଲିନ ଏନର୍ଜି ମିଳିବ ବୋଲି ଆଶା ସଂଚାର ହୋଇଛି । ଏହା ଦ୍ୱାରା ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରତା ହାର ହ୍ରାସ ପାଇବ । ପରିବେଶ ମଧ୍ୟ ସନ୍ତୁଳିତ ରହିବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି । ଏହି ଟେକନିକ ପରମାଣୁ ରିଆକ୍ଟର ସ୍ଥାନ ମଧ୍ୟ ନେଇପାରିବ । ତେବେ ଏବେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।

ଚୀନର ପୂର୍ବାଂଚଳରେ ସ୍ଥିତ ହେଫାଇ ସହରରେ ଏହି କୃତ୍ରିମ ସୂର୍ଯ୍ୟ ନିର୍ମାଣ କରାଯାଇଛି । ୪୦୩ ସେକେଣ୍ଡ ପର୍ଯ୍ୟନ୍ତ ଏହା ୧୦ କୋଟି ଡିଗ୍ରୀ ସେଲସିୟସର ଉର୍ଜା ଉତ୍ପନ୍ନ କରିଥିଲା । ୨୦୧୭ ପୂର୍ବ ପରୀକ୍ଷଣରେ ଏହା ୧୦୧ ସେକେଣ୍ଡ ପର୍ଯ୍ୟନ୍ତ ପ୍ଲାଜାମା ଉତ୍ପନ୍ନ କରିଥିଲା । ବୈଜ୍ଞାନିକ ଏହା ଉପରେ ଏ ପର୍ଯ୍ୟନ୍ତ ୧୨୦,୦୦୦ରୁ ଅଧିକ ଥର ପରୀକ୍ଷଣ କରିବା ପରେ ଏହି ସଫଳତା ହାସଲ କରିଛନ୍ତି । ନ୍ୟୁକ୍ଲିୟର ଫ୍ୟୁଜନଠାରୁ ଏକ ଶସ୍ତା ଟେକନିକ ଖୋଜିବା ପାଇଁ ଏହି ଉଦ୍ୟମ କରାଯାଉଛି ବୋଲି ସେମାନେ କହିଛନ୍ତି ।

Comments are closed.