Latest Odisha News

BREAKING NEWS

କମ୍ପାନୀର ଅଜବ ନିୟମ: ଏକତ୍ର ଗର୍ଭବତୀ ହୋଇପାରିବେ ନାହିଁ ମହିଳା କର୍ମଚାରୀ

ଚୀନ୍‌: କୌଣସି କମ୍ପାନୀ ତାର କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିବା କେବେ ଦେଖିଛନ୍ତି ? କିନ୍ତୁ ଚୀନ୍‌ର ଏକ କମ୍ପାନୀ ଯିଏ କିି ମହିଳା କର୍ମଚାରୀମାନଙ୍କୁ ସେମାନଙ୍କର ପରିବାର ଯୋଜନା କେବେ କରିବେ ସେନେଇ ପରାମର୍ଶ ଦେଇଥାଏ । ଯାହା ଦ୍ୱାରା ସେମାନଙ୍କର କମ୍ପାନୀ କ୍ଷତିଗ୍ରସ୍ତ ନ ହୁଏ । ଚୀନ୍‌ର ଏହିି କମ୍ପାନୀ ଏକାଧିକ ମହିଳା କର୍ମଚାରୀ ଏକତ୍ର ଗର୍ଭବତୀ ନ ହେବାକୁ ନିୟମ ଲାଗୁ କରିଛନ୍ତି । ଯାହାକୁ ଶୁଣି ମହିଳା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚୀନର ଏକ କମ୍ପାନୀରେ ତିନିଜଣ ମହିଳା ଏକତ୍ର ଗର୍ଭବତୀ ହୋଇଥିଲେ । ଯେତେବେଳେ ବରିଷ୍ଠ ଅଧିକାରୀମାନେ ଏହା ବିଷୟରେ ଜାଣିଲେ, ସେମାନେ ତିନିଜଣଙ୍କ ସହ ଆଲୋଚନା କରିବା ପାଇଁ ଏକ ବୈଠକ ଡ଼ାକିଲେ, ଯାହାକୁ ଶୁଣି ଉକ୍ତ ୩ ମହିଳା କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୈଠକରେ ଅଧିକାରୀମାନେ କହିଥିଲେ ଯେ, ଆପଣ ତିନିଜଣ ଏକା ସଙ୍ଗରେ ଗର୍ଭବତୀ ହୋଇ ଭୁଲ କରିଛନ୍ତି । ଭିନ୍ନ ଭିନ୍ନ ସମୟରେ ଗର୍ଭବତୀ ହୋଇଥିଲେ କାର୍ଯ୍ୟରେ କୌଣସି ଅସୁବିଧା ହୋଇ ନ ଥାନ୍ତା ।

ଏହା ପରେ କମ୍ପାନୀ ଏକ ଅଜବ ନିୟମ ଲାଗୁ କଲା । ଏକାସାଙ୍ଗରେ କୌଣସି ମହିଳା ଗର୍ଭବତୀ ହୋଇପାରିବେ ନାହିଁ । ଯଦି କେହି ହୁଅନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ସମ୍ପର୍କରେ କମ୍ପାନୀର ଜଣେ ଗର୍ଭବତୀ ମହିଳା ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଅଜବ ନିୟମକୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି ।

Comments are closed.