Latest Odisha News

ଚୀନର ଚୋରି ଧରାପଡିଲା: ନୌସେନାକୁ ତଥ୍ୟ ଯୋଗାଇବା ପାଇଁ ସମୁଦ୍ର ମଧ୍ୟରେ ଲୁଚାଇ ରଖିଥିଲା ଡ୍ରୋନ

ବେଜିଂ: ଚୀନର ଆଉ ଏକ ଚୋରି ଧରାପଡିଛି । ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ ଅଣ୍ଡର ଗ୍ରାଉଣ୍ଡ ଡ୍ରୋନ୍ (ସି ୱିଙ୍ଗ ଗ୍ଲାଇଡର) ଅଣ୍ଡର ୱାଟର ଭେଇକିଲ ଶ୍ରେଣୀର । ୨୦୧୯ ପରଠାରୁ ଚୀନ ତାର ନୌସେନାକୁ ସଜାଗ ରଖିବା ପାଇଁ ଏହି ଡ୍ରୋନ ଲୁଚାଇ ରଖିଛି । ଏହା ବେଶୀ ଦୂର ପର୍ଯ୍ୟନ୍ତ ଓ ବେଶୀ ସମୟ ପର୍ଯ୍ୟନ୍ତ ନଜର ରଖିବା ସହ ତଥ୍ୟ ଯୋଗାଇ ପାରିବ ।

ପୂର୍ବରୁ ଚୀନ ଉପରେ ନଜର ରଖିବା ପାଇଁ ଆମେରିକା ଏହି କୌଶଳ ଆପଣାଇଥିଲା । ଏବେ ଚୀନ କାହା ଉପରେ ନଜର ରଖିବା ପାଇଁ ଏହି ଡ୍ରୋନ ବ୍ୟବହାର କରୁଛି ତାହା ସ୍ପଷ୍ଟ ହୋଇ ନାହିଁ । ଏହି ଖବର ପ୍ରସାରିତ ହେବା ପରେ ଉଭୟ ଭାରତ ଏବଂ ଆମେରିକା ପୂର୍ବାପେକ୍ଷା ସତର୍କ ହୋଇପଡିଛନ୍ତି ।

Leave A Reply

Your email address will not be published.