ବେଜିଂ : ଚୀନରେ ଅର୍ଥନୀତି ସାଂଘାତିକ ସ୍ଥିତିରେ । ଅନେକ କୋଟିପତିଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଲାଣି । ଅନେକ କୋଟିପତିଙ୍କ ସଂପତ୍ତି ଦ୍ରୁତ ଗତିରେ ହ୍ରାସପାଉଥିବା ଲକ୍ଷ୍ୟ କରାଯାଇଛି । ଚୀନର ରିଅଲ ଇଷ୍ଟେଟ କମ୍ପାନୀ ଚାଇନା ଏଭରଗ୍ରାଣ୍ଡର ଚେୟାରମ୍ୟାନ ହୁଇ କା ୟାନଙ୍କ ସଂପତ୍ତି ଦ୍ରୁତ ଗତିରେ ହ୍ରାସ ପାଉଛି । ବ୍ଲୁମବର୍ଗ ବିଲେନାୟର ଇଣ୍ଡେକ୍ସ ଅନୁସାରେ ହୁଇଙ୍କ ସମ୍ପତ୍ତି ୫ ବର୍ଷରେ ୯୩ ପ୍ରତିଶତ ହ୍ରାସ ପାଇଛି । ୩୯ ଅରବ ଡଲାରରୁ କମି ଏବେ ତାଙ୍କର ସମ୍ପତ୍ତି ୩.୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।
କୋଟିପତି ହୁଇଙ୍କ ନେଟ ସଂପତ୍ତିର ମୂଲ୍ୟ ୨୦୨୭ରେ ପାଖାପାଖି ୪୨ ଅରବ ଡଲାର ଥିଲା । ଯାହା ହ୍ରାସ ପାଇ ଏବେ ୩ ଅରବ ଡଲାରରେ ପହଞ୍ଚିଛି । ଏଭରଗ୍ରାଣ୍ଡକୁ ୩୦୦ ଅରବ ଡଲାର ଋଣ ସୁଝିବାର ଥିଲା । ଏଥିସହିତ ଏହା ଚୀନର ସବୁଠାରୁ ଅଧିକ ଋଣଗ୍ରସ୍ତ କମ୍ପାନୀଅଟେ ।
ହୁଇଙ୍କୁ ଚୀନରେ ଜୁ ଜିୟାୟିନ ନାମରେ ସମସ୍ତେ ଜାଣନ୍ତି । ସେ କମ୍ପାନୀକୁ ଋଣମୁକ୍ତ କରିବା ପାଇଁ ନିଜ ସମ୍ପତ୍ତିକୁ ବାଜି ଲଗାଇ ଦେଇଥିଲେ । ଏଥିପାଇଁ ନିଜ କୋଠା ସହ ଘରୋଇ ଜେଟ ପର୍ଯ୍ୟନ୍ତ ତାଙ୍କୁ ବିକ୍ରି କରିବାକୁ ପଡିିଛି । ତଥାପି ସେ ଋଣ ମୁକ୍ତ ହୋଇପାରି ନାହାନ୍ତି ।
ଋଣଦାତା, ସପ୍ଲାୟର୍ସ, ଇନଭେଷ୍ଟର୍ସଙ୍କ ବିଲ ଭରିବା ପାଇଁ ମାସ ମାସ ଧରି ଲଢିବା ପରେ ୨୦୨୧ ଡିସେମ୍ବ ରରେ ଏଭରଗ୍ରାଣ୍ଡ ନିଜର ୟୁଏସ ଡଲାର ବଣ୍ଡକୁ ଡିଫଲ୍ଟ କରି ଦେଇଥିଲା ।
ଏଠି କହିରଖିବୁ ଏଭରଗ୍ରାଣ୍ଡ ଚୀନର ଏକ ବଡ କମ୍ପାନୀ ଏବଂ ଏଥିରେ ପାଖାପାଖି ୨, ୦୦, ୦୦୦ କର୍ମଚାରୀ କାମ କରନ୍ତି । ୨୦୨୦ରେ କମ୍ପାନୀ ସେଲ୍ସ ୧୦୦ ଅରବ ଡଲାରୁ ଅଧିକ ଥିଲା । ୨୮୦ ସହରରେ ଏହାର ୧, ୩୦୦ରୁ ଅଧିକ ପ୍ରୋଜେକ୍ଟ ଅଛି । ଯାହା ବି ହେଉ, ଏତେ ବଡ କମ୍ପାନୀର ଏପରି ଅବସ୍ଥା ଦେଖି ଅର୍ଥନୀତିଜ୍ଞଙ୍କ ଚିନ୍ତା ବଢି ଯାଇଛି । ଏହି କମ୍ପାନୀ ଡୁବିବା ଅବସ୍ଥାକୁ ଆସିବା ପରେ ଚୀନର ପ୍ରପର୍ଟି ମାର୍କେଟରେ ଇଙ୍ଗ ଧରଣ ବିପଦ ସୃଷ୍ଟି ହୋଇପାରେ । କାରଣ ଚୀନରେ ଜିଡିପିରେ ରିୟଲ ଇଷ୍ଟେଟ ଏବଂ ଏଥିସହିତ ଜଡିତ ଇଣ୍ଡଷ୍ଟ୍ରିର ୩୦ ପ୍ରତିଶତ ଭାଗିଦାରୀ ଥିଲା ।
ସବୁଠାରୁ ଚିନ୍ତାର କାରଣ ହେଉଛି, କେବଳ ୟାନଙ୍କ ସମ୍ପତ୍ତି ଏପରି ହ୍ରାସ ପାଇନାହଁ । ବ୍ଲୁମବଗର କହିବା ଅନୁଯାୟୀ, ଗତମାସରେ ଟେଲସା ଏବଂ ଟୁଇଟର ସିଇଓ ଏଲନ ମସ୍କ ପ୍ରଥମ ବ୍ୟକ୍ତି ଯାହାଙ୍କ ସମ୍ପତ୍ତିମଧ୍ୟ ହ୍ରାସ ପାଇଛି ।
BREAKING NEWS
- Smriti Irani’s KSBKBT : ୨୫ ବର୍ଷରେ ୨୦୦୦ ଏପିସୋଡ୍ ପୂରଣ କରିଛି ସ୍ମୃତି ଇରାନୀଙ୍କ ଲୋକପ୍ରିୟ ଟିଭି ଶୋ ‘କ୍ୟୁଙ୍କି ଶାଶ୍ ଭି କଭି ବହୂ ଥି’
- Misuse of an Aadhaar Card: ଆପଣଙ୍କ ଆଧାର କାର୍ଡରେ ବି ବଢ଼ିଚାଲିନି ତ କୌଣସି ଋଣଭାର?, ଜାଣନ୍ତୁ କିପରି କରିବେ ଯାଞ୍ଚ…
- କଲମ୍ବିଆରେ ବିମାନ ଦୁର୍ଘଟଣା, ପ୍ରସିଦ୍ଧ ସିଙ୍ଗର ୟେସନ୍ଙ୍କ ସମେତ ୬ ଜଣଙ୍କର ମୃତ୍ୟୁ
- ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍, ୨ ଗୁରୁତରଙ୍କୁ କରାଗଲା ଏୟାରଲିଫ୍ଟ
- Nitin Nabin Odisha Visit : ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ
- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ‘ସରପଞ୍ଚ ପାଇଁ କେବଳ ସ୍ୱାକ୍ଷର ଯଥେଷ୍ଟ ନୁହେଁ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ’
- IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…
- First Jyotirlinga’s Unique Grandeur: ସୋମନାଥ ଜ୍ୟୋତିର୍ଲିଙ୍ଗର ଜଲାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି ବିଶ୍ୱରେ ସବୁଠାରୁ ସ୍ୱତନ୍ତ୍ର ଏହି ମନ୍ଦିର…
- Water Tanks and Sprinklers in Sleeper Coach: ଯାତ୍ରୀ ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ, ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଏବଂ ସ୍ପ୍ରିଙ୍କଲର ବ୍ୟବହାର ବାଧ୍ୟତାମୂଳକ
- Puri Temple: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ; ପୁଣି ଆନନ୍ଦ ବଜାର ଫଟୋ ଭାଇରାଲ…
Comments are closed.